ଓଡ଼ିଆପଣରେ ଝଲସିଲା ମୁମ୍ବାଇ ସହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ଓଡ଼ିଆପଣରେ ଝଲସିଲା ମୁମ୍ବାଇ ସହର

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଖାଦ୍ୟ ରୁଚି ଏବଂ ଅନନ୍ୟ ବସ୍ତ୍ରଶିଳ୍ପର ଆକର୍ଷଣୀୟ ସମ୍ଭାରକୁ ନେଇ ମୁମ୍ବାଇ ସହରରେ ‘ଆମ ଉତ୍କର୍ଷ ଓଡ଼ିଶା’ ଶୀର୍ଷକ ବିଶାଳ ସାଂସ୍କୃତିକ ସମାବେଶ ରବିବାର ଉଦ୍‌ଯାପିତ ହୋଇଯାଇଛି। ସ୍ଥାନୀୟ ଓଡ଼ିଆମାନଙ୍କ ପକ୍ଷରୁ ନଭି ମୁମ୍ବାଇର ସିଡ୍କୋ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଅନନ୍ୟ ତଥା ବିରଳ କଳା ପରମ୍ପରାର ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।


ଶନିବାର ଦିନ ଏହି କାର୍ଯ୍ୟକମକୁ ଉଦ୍ଘାଟନ କରି ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କହିଥିଲେ, “ଓଡ଼ିଶା କହିଲେ ଶ୍ରୀଜଗନ୍ନାଥଙ୍କୁ ବୁଝାଏ ଏବଂ ଶ୍ରୀ ଜଗନ୍ନାଥ ନାମ ଉଚ୍ଚାରଣ କଲେ ଓଡ଼ିଶାର ମାନଚ୍ଚିତ୍ର ହିଁ ସାମ୍ନାକୁ ଆସେ।
ମହାପ୍ରଭୁ ଜଗନ୍ନାଥ ଓଡ଼ିଆମାନଙ୍କୁ ସହନଶୀଳତା, ଭାତ୍ରୁଭାବ ଓ ଅହିଂସା ଶିଖାଇଛନ୍ତି। ତା’ସହିତ ଆମ ଭାଷା, ସଂସ୍କୃତି, ପରମ୍ପରା, ଖାଦ୍ୟରୁଚି, ବେଶ ପୋଷାକ ପାଇଁ ଓଡ଼ିଆମାନେ ଅନ୍ୟମାନଙ୍କଠାରୁ ନିଆରା। ତେଣୁ ମୁମ୍ବାଇରେ ବାସ କରୁଥିବା ଓଡ଼ିଆମାନେ ଏକାଠି ହୋଇ ଆମ ଭାଷା, ସଂସ୍କୃତିର ଯେଉଁ ମହାକୁମ୍ଭ ସୃଷ୍ଟି କରିଛନ୍ତି ତାହା ଗର୍ବର ବିଷୟ।


ଉଦ୍ଘାଟନୀ କାର୍ଯ୍ୟକ୍ରମ ଆରମ୍ଭରେ ମହାରାଷ୍ଟ୍ର ଓଡ଼ିଆ ୱେଲ ଫେୟାର ଆସୋସିଏସନର ସଭାପତି ତଥା ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ୟୋକ୍ତା ଭଗବାନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ମୁମ୍ବାଇର ବିଭିନ୍ନ ଓଡ଼ିଆ ସଙ୍ଗଠନ ଏକାଠି ହୋଇ ଏଭଳି ଏକ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।


ଏହି ଅବସରରେ ୪ ଜଣ ବିଶିଷ୍ଟ ଓଡ଼ିଆ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍, ବଲିଉଡ୍ ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ମିଶ୍ର, ନାଲେ୍କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଏବଂ ପ୍ରବାସୀ ଶିଳ୍ପୋଦ୍ୟୋଗୀ ସଂଜୟ ଦାସଙ୍କୁ ‘ଓଡ଼ିଶାର ବରପୁତ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା।
ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଧାନ ମୁଖ୍ୟ ମହାପ୍ରବନ୍ଧକ ତଥା ଆମ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ୟୋକ୍ତା ଡକ୍ଟର ରବି ମିଶ୍ର ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିଭୁପ୍ରସାଦ କାନୁନଗୋ ଯୋଗଦେଇ ଓଡ଼ିଶାର କଳା ସଂସ୍କୃତିର ବିବିଧତା ସଂପର୍କରେ କହିଥିଲେ।
ଏହି ଉତ୍ସବ ମଧ୍ୟରେ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ‘ସୂର୍ଯ୍ୟ ମନ୍ଦିର’, ଶିବୁ ପୃଷ୍ଟିଙ୍କ ‘ଲଡ୍ ଅଫ୍ ଦ ୟୁନିଭର୍ସ’, ବିଶ୍ୱନାଥ ରଥଙ୍କ ‘କୋଟପାଡ଼ ଉଇଭିଙ୍ଗ୍’, ସୁବାସ ସାହୁଙ୍କ ‘ସେବ ବୋଉ’ ଏବଂ ହିମାଂଶୁ ଖଟୁଆଙ୍କ ‘କ୍ରାନ୍ତି ଧାରା’ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।
ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାସହ ବାଲୁକା କଳା ମାଧ୍ୟମରେ ମଧ୍ୟ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।
ଓଡ଼ିଶାର ସାଂସ୍କୃତିକ ବିବିଧତା ମଧ୍ୟରେ ସଂକୀର୍ତନ, କଳାହାଣ୍ଡିର ଘୁମୁରା, ଗଞ୍ଜାମର ଯୋଡ଼ି ଶଂଖ, ବାଲୁକା କଳା, ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ, ରଣପା ନୃତ୍ୟ, ଠିଆ ପୁଚି ନାରଙ୍ଗ, ସମ୍ବଲପୁରୀ ଲୋକନୃତ୍ୟ ଆଦି କାର୍ଯ୍ୟକ୍ରମ ପରିବେଷଣ ଥିଲା ‘ଆମ ଉତ୍କର୍ଷ ଓଡ଼ିଶା’ର ବଡ଼ ଆକର୍ଷଣ।
ଏଥିପାଇଁ ଓଡ଼ିଶାରୁ ପ୍ରାୟ ଦେଢ଼ ଶହରୁ ଅଧିକ କଳାକାର ମୁମ୍ବାଇ ଆସି ଏହି ସାଂସ୍କୃତିକ ମହାକୁମ୍ଭରେ ସାମିଲ ହୋଇଥିଲେ। ଉଦଘାଟନୀ ସମାରୋହରେ ପାଇକ ବିଦ୍ରୋହ ଉପରେ ଏକ ଆକର୍ଷଣୀୟ ନୃତ୍ୟନାଟିକା ପରିବେଷଣ କରାଯାଇଥିଲା।

ଓଡ଼ିଶାଲାଇଭ୍ ପକ୍ଷରୁ ନିକଟରେ ପ୍ରକାଶିତ କଫି ଟେବୁଲ୍ ବୁକ୍ ‘କଂସ ମହାରାଜା’ର ଏହି ମଂଚରେ ଲୋକାର୍ପଣ କରାଯାଇଥିଲା। ଏହି ଅବସରରେ ଓଡ଼ିଶାଲାଇଭ୍ର ପ୍ରତିଷ୍ଠାତା ତଥା ପୁସ୍ତକର ସଂପାଦକ ନୀଳାମ୍ବର ରଥଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ମୁମ୍ବାଇ ମହାନଗରୀରେ ରହୁଥିବା ପୁରୁଣା ଓ ନୂଆ ପିଢ଼ିର ଓଡ଼ିଆମାନଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ଡୋରିରେ ବାନ୍ଧିବା ସହ ସ୍ଥାନୀୟ ଅନ୍ୟ ଭାଷାଭାଷୀ ଲୋକଙ୍କ ନିକଟରେ ଓଡ଼ିଶାକୁ ଉପସ୍ଥାପନ କରିବାରେ ‘ଆମ ଉତ୍କର୍ଷ ଓଡ଼ିଶା’ ଏକ ଯୋଗସୂତ୍ର ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2VhWW3h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages