ନବୀନଙ୍କୁ ଘାରିଛି ଭୋଟ୍‌ ଚିନ୍ତା, ବଦଳିଲା ‘କାଳିଆ’ ଦ୍ୱିତୀୟ କିସ୍ତି ଟଙ୍କାବଣ୍ଟା ତାରିଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ନବୀନଙ୍କୁ ଘାରିଛି ଭୋଟ୍‌ ଚିନ୍ତା, ବଦଳିଲା ‘କାଳିଆ’ ଦ୍ୱିତୀୟ କିସ୍ତି ଟଙ୍କାବଣ୍ଟା ତାରିଖ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ବର୍ଷ କ୍ଷମତାରେ ରହିବା ପରେ ନବୀନ ସରକାର ବିରୋଧରେ ହାଓ୍ୱା ଯେତିକି ଜୋର୍ ଧରିଛି, କଳେବଳେ କୌଶଳେ ଭୋଟ୍ ହାତେଇବା ପାଇଁ ସେତିକି ଜୋର୍ ଲଗାଯାଉଛି ବିଜେଡି। ସ୍ଥିତି ଏଭଳି ହୋଇଛି ଯେ, ‘କାଳିଆ’ ଯୋଜନାରେ ଦ୍ୱିତୀୟ କିସ୍ତି ଟଙ୍କା ଅକ୍ଷୟ ତୃତୀୟା ବଦଳରେ ଢେର ଆଗୁଆ ‘ଉତ୍କଳ ଦିବସ’ରେ ବାଣ୍ଟିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପୁରୀ ସମାବେଶରେ ଅକ୍ଷୟ ତୃତୀୟାରେ ଖରିଫ୍‌ ସହାୟତା ରାଶି ପଠାଇବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ତେବେ ନୂଆପଡ଼ାରେ ତାକୁ ବଦଳାଇ ଆଉ ଏକ ଘୋଷଣା କରାଗଲା। ‘କାଳିଆ’ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଅକ୍ଷୟ ତୃତୀୟା ଅର୍ଥାତ- ମେ ୭ ବଦଳରେ ଏପ୍ରିଲ ୧ ‘ଉତ୍କଳ ଦିବସ’ରେ ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ନବୀନ। ତେବେ ମାସକ ପରେ ହଠାତ୍ କାହିଁକି ଘୋଷଣା ବଦଳିଗଲା?

କୁହାଯାଉଛି, ରାଜ୍ୟରେ ମତଦାନର ଠିକ୍ ପୂର୍ବରୁ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଇବାକୁ ଏହି ଯୋଜନା କରାଯାଇଛି। ଅନ୍ୟପଟେ ପିଏମ୍‌-କିଷାନରେ ଚାଷୀଙ୍କ ଆକାଉଣ୍ଟରେ ୨ ହଜାର ଲେଖାଏଁ ଜମା ହେଉଥିବା ବେଳେ ତା’ର ପ୍ରଭାବ ନେଇ ଚିନ୍ତାରେ ରହିଛନ୍ତି ନବୀନ। ତେଣୁ ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଭୋଟ୍‌ ଗୋଟାଇବାକୁ ସାନି ଉଦ୍ୟମ ହୋଇଥିବା ଚର୍ଚ୍ଚା ହେଉଛି। ତା’ଛଡ଼ା ସରକାର ବିରୋଧୀ ହାଓ୍ୱାକୁ ରୋକିବା ପାଇଁ ଚାଷୀଙ୍କୁ ଟଙ୍କା ବାଣ୍ଟିବା ହିଁ ଅବ୍ୟର୍ଥ ବାଣ ହେବ ବୋଲି ବିଜେଡି ଆଶା ରଖିଛି।

ନିର୍ବାଚନ ପୂର୍ବରୁ ଯେଉଁଠି ପିଏମ୍-କିଷାନରେ ମୋଦିଙ୍କ ମୁଣିରୁ ଚାଷୀ ପାଖରେ ୨ ହଜାର ଲେଖାଏ ପହଞ୍ଚିବ, ସେଠି କାଳିଆ ଯୋଜନାରେ ନବୀନଙ୍କ ତରଫରୁ ୧୦ ହଜାର ଟଙ୍କା ପହଞ୍ଚାଇ ତାକୁ ଭୋଟ୍ ପ୍ରଚାରରେ ବ୍ୟବହାର କରିବାକୁ ବିଜେଡି ଲକ୍ଷ୍ୟ ରଖିଥିବା କୁହାଯାଉଛି। ତେବେ କେବଳ ଏହା ଉଦ୍ୟମ ନୁହେଁ, ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନିର୍ବାନ ଘୋଷଣା ପୂର୍ବରୁ ନବୀନ, ସବୁ ଜିଲ୍ଲାକୁ ଘନ ଘନ ଗସ୍ତ କରି କୋଟି କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନରେ ଲାଗି ପଡ଼ିଛନ୍ତି।



from Odisha Reporter https://ift.tt/2EvvOZ8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages