ମମତାଙ୍କ ପାଇଁ ପଶ୍ଚିମବଙ୍ଗର ୫ ବରିଷ୍ଠ ଅଧିକାରୀ ଦଣ୍ଡପାଇବେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ମମତାଙ୍କ ପାଇଁ ପଶ୍ଚିମବଙ୍ଗର ୫ ବରିଷ୍ଠ ଅଧିକାରୀ ଦଣ୍ଡପାଇବେ!

ନୂଆଦିଲ୍ଲୀ: ସିବିଆଇ ଓ କେନ୍ଦ୍ର ବିରୋଧରେ ଯୁଦ୍ଧ ଘୋଷଣା କରି ଧାରଣା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଏବେ ରାଜ୍ୟର ୫ ବରିଷ୍ଠ ଅଧିକାରୀଙ୍କୁ ଦଣ୍ଡମଳିବ। କେନ୍ଦ୍ର ସରକାର ଏହି ୫ ବରିଷ୍ଠ ଅଧିକାରୀ ମମତାଙ୍କ ଧାରଣାରେ ସାମିଲ ହୋଇଥିବାରୁ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି।

ଏମାନଙ୍କ ମଧ୍ୟରେ ଡିଜିପି ବୀରେନ୍ଦ୍ର କୁମାର ମଧ୍ୟ ରହିଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ କେନ୍ଦ୍ର ସରକାର ଏହି ୫ ଅଧିକାରୀଙ୍କୁ ମିଳିଥିବା ସମ୍ମାନ ପ୍ରତ୍ୟାହାର କରିବେ ଏବଂ ବରିଷ୍ଠତା ତାଲିକାରୁ ଏମାନଙ୍କୁ ବାଦ ଦେବେ।

ଏଭଳି ସମାନ କାର୍ଯ୍ୟାନୁଷ୍ଠାନ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ବିରୋଧରେ ମଧ୍ୟ ଗ୍ରହଣ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲେ। ମମତା ବାନାର୍ଜୀଙ୍କ ଧାରଣା ଦେବା ସମୟରେ ରାଜୀବ କୁମାର, ବୀରେନ୍ଦ୍ର କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହାକୁ ସମର୍ଥନ କରିଥିଲେ। ଏପରି କି ଏମାନେ ମଧ୍ୟ ଧାରଣାରେ ବସିଥିଲେ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, “ଖାକି ବର୍ଦ୍ଦିରେ ଥିବା କାର୍ଯ୍ୟରତ ଅଫିସରମାନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କୋଲକାତାରେ ଫେବୃଆରୀ ୪ରେ ଦେଇଥିବା ଧାରଣାରେ ବସିଥିଲେ।

ଏହି ଧାରଣାରେ ବୀରେନ୍ଦ୍ର କୁମାର, ଏଡଜି(ସୁରକ୍ଷା) ବିନୀତ କୁମାର ଗୋୟଲ, ଏଡିଜି (ଆଇନ୍‌ ଶୃଙ୍ଖଳା) ଅନୁଜ ଶର୍ମା, କମିଶନର ଅଫ୍‌ ପୁଲିସ୍‌(ବିଧାନ ନଗର) ଜ୍ଞାନୱନ୍ତ ସିଂହ ଓ ଆଡିସନାଲ କମିଶନର ଅଫ୍‌ କୋଲକାତା ପୁଲିସ୍‌ ସୁପ୍ରତିମ ସରକାର ବସିଥିଲେ। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ରହିଛି।

ଅଧିକାରୀମାନେ ଅଲଇଣ୍ଡିଆ ସର୍ଭିସ ରୁଲକୁ ଉଲ୍ଲଙ୍ଘନ କରିଥିବାରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”



from Odisha Reporter http://bit.ly/2RN09Wm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages