
ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ଫିଫା ଫୁଟବଲ ରାଙ୍କିଙ୍ଗର ଶ୍ରେଷ୍ଠ ୧୦୦ଟି ଦେଶ ମଧ୍ୟରେ ସ୍ଥାନ ପାଇଥିବା ଟିମ୍ ଇଣ୍ଡିଆର ଫୁଟବଲ ଟିମ୍ ପୁଣି ଏଥିରୁ ବାଦ୍ ପଡ଼ିଛି। ଆଜି ଫିଫା ପକ୍ଷରୁ ପ୍ରକାଶ ପାଇଥିବା ରାଙ୍କିଙ୍ଗରେ ସୁନୀଲ ଛେତ୍ରୀଙ୍କ ଟିମ୍ ଇଣ୍ଡିଆ ୬ଟି ସ୍ଥାନ ତଳକୁ ଖସିଯାଇଛି।
ଏବେ ଭାରତୀୟ ଫୁଟବଲ ଟିମ୍ ପାଖରେ ୧୨୧୯ ପଏଣ୍ଟ ଥିବା ବେଳେ ଏହାର ସ୍ଥାନ ୧୦୩କୁ ଖସି ଯାଇଛି। ପୂର୍ବରୁ ଭାରତ ୯୭ତମ ସ୍ଥାନରେ ରହିଥିଲା। ହେଲେ ନିକଟରେ ୟୁଏଇ ଠାରେ ଶେଷ ହୋଇଥିବା ଏଏଫ୍ସି ଏସିଆନ୍ କପ୍ରେ ଦଳ ଲିଗ୍ରୁ ବାଦ୍ ପଡ଼ିବାରୁ ଏଭଳି କ୍ଷତି ସହିବାକୁ ପଡ଼ିଛି।
ସେହିପରି ପୂର୍ବରୁ ଏଫ୍ସିର ଟପ୍ ୧୬ରେ ଥିବା ଭାରତ ୧୮ ନଂକୁ ଖସି ଆସିଛି।
ଏସିଆ କପ୍ରେ ଭାରତ ଥାଇଲ୍ୟାଣ୍ଡକୁ ୪-୧ରେ ହରାଇଥିଲା। କିନ୍ତୁ ୟୁଏଇ ଏବଂ ବାହାରିନ୍ଠାରୁ ପରାସ୍ତ ହୋଇ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲା। ଭାରତ ଏସିଆ କପ୍ରୁ ବାଦ୍ ପଡ଼ିଲା ପରେ ଫୁଟବଲ ଟିମ୍ କୋଚ ନିଜ ପଦରୁ ଇସ୍ତଫା ଦେଇଥିଲେ।
from Odisha Reporter https://odishareporter.in/sports/india-ousted-from-list-of-top-100-football-playing-nations-336786
No comments:
Post a Comment