ଆତଙ୍କୀ ମସ୍ତବଡ଼ ଭୁଲ କରିଛନ୍ତି, ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ଆତଙ୍କୀ ମସ୍ତବଡ଼ ଭୁଲ କରିଛନ୍ତି, ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ

modi88

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପୁଲୱାମାରେ ଯବାନଙ୍କ ଉପରେ ଆକ୍ରମଣ କରି ଆତଙ୍କବାଦୀମାନେ ବହୁ ବଡ଼ ଭୁଲ୍‌ କରିଛନ୍ତି। ଏଥିପାଇଁ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଏହାଛଡ଼ା ଆକ୍ରମଣରେ ସମ୍ପୃକ୍ତ ଦୋଷୀ ଓ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ଲୋକ ମଧ୍ୟ ବଡ଼ ଭୁଲ୍‌ କରିଛନ୍ତି। ଏଥିପାଇଁ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଆତଙ୍କବାଦୀଙ୍କୁ ଏପରି ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ନୂଆଦିଲ୍ଲୀ ରେଳ ଷ୍ଟେସନରେ ନୂଆଦିଲ୍ଲୀ ଓ ବାରଣାସୀ ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ’କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ଅବସରରେ ଲୋକମାନଙ୍କୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ।
ଅଭିଭାଷଣର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସେ କହିଛନ୍ତି-“ଯବାନମାନେ ଦେଶ ସେବା କରି ନିଜର ପ୍ରାଣବଳୀ ଦେଇଛନ୍ତି। ଦୁଃଖର ଏହି ମୁହୂର୍ତ୍ତରେ ମୋର ଓ ପ୍ରତ୍ୟେକ ଭାରତୀୟଙ୍କ ସମବେଦନା ସେମାନଙ୍କ ପରିବାର ସହିତ ରହିଛି। ଏହି ଆକ୍ରମଣ କାରଣରୁ ଦେଶରେ ଯେତିକି ଆକ୍ରୋଶ ରହିଛି, ଲୋକମାନଙ୍କ ରକ୍ତ ସେତିକି ଗରମ ହେଉଛି; ଏହା ମୁଁ ଭଲ ଭାବେ ବୁଝିପାରୁଛି। ଆମର ସୁରକ୍ଷାବାହିନୀଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ଆମ ସୈନିକମାନଙ୍କ ଶୌର୍ଯ୍ୟ ଉପରେ ଆମର ସମ୍ପୂର୍ଣ୍ଣ ଭରସା ରହିଛି।”

ଆତଙ୍କବାଦୀ ସଂଗଠନଗୁଡ଼ିକୁ ଓ ସେମାନେ ପ୍ରୋତ୍ସାହନ ଦେଉଥିବା ଲୋକମାନଙ୍କୁ କହିବାକୁ ଯାଇ ମୋଦି କହିଛନ୍ତି-“ସେମାନେ ବହୁତ ବଡ଼ ଭୁଲ କରିଦେଇଛନ୍ତି। ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ମୁଁ ଦେଶକୁ ଭରସା ଦେଉଛି ଯେ, ଆକ୍ରମଣ ପଛରେ ଯେଉଁ ଶକ୍ତି ରହିଛି ଓ ଯେଉଁମାନେ ଦୋଷୀ, ସେମାନଙ୍କୁ ସେମାନଙ୍କ କୃତକର୍ମର ଦଣ୍ଡ ନିଶ୍ଚିତ ଭାବେ ମିଳିବ। ଯେଉଁମାନେ ଆମକୁ ସମାଲୋଚନା କରୁଛନ୍ତି, ସେମାନଙ୍କ ଭାବନାକୁ ମଧ୍ୟ ମୁଁ ଆଦର କରୁଛି। ସେମାନଙ୍କ ଭାବନାକୁ ମୁଁ ବୁଝିପାରୁଛି। ସମାଲୋଚନା କରିବା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି। କିନ୍ତୁ ମୋର ସମସ୍ତ ସାଥୀମାନଙ୍କୁ ଅନୁରୋଧ ଯେ ବର୍ତ୍ତମାନ ଅତ୍ୟନ୍ତ ସମ୍ବେଦନଶୀଳ ଓ ଭାବପ୍ରବଣତାର ସମୟ। ସରକାର ହୁଅନ୍ତୁ ଅବା ବିରୋଧୀ, ଆମେ ସମସ୍ତ ରାଜନୈତିକ ଦଳ ପରସ୍ପରକୁ ଦୋଷାରୋପ କରିବାଠାରୁ ଦୂରରେ ରହିବା ଉଚିତ। ଦେଶ ଏକଜୁଟ ହୋଇ ଏହି ଆକ୍ରମଣର ମୁକାବିଲା କରୁଛି।”

ସେ କହିଛନ୍ତି-“ବର୍ତ୍ତମାନ ଅତ୍ୟନ୍ତ ଆର୍ଥିକ ଦୁର୍ଗତି ଦେଇ ଗତି କରୁଥିବା ଆମ ପଡ଼ୋଶୀ ଦେଶ ଭାବୁଛି, ଏପରି ଧ୍ୱଂସଲୀଳା ମଚାଇ ଭାରତକୁ ଦୁରାବସ୍ଥା ମଧ୍ୟକୁ ଠେଲିଦେବ ପାଇଁ। ତା’ର ଏହି ଉଦ୍ଦେଶ୍ୟ ମଧ୍ୟ ପୂରଣ ହେବନାହିଁ। ସମୟ ଏହା ପ୍ରମାଣିତ କରିଛି ଯେ ଯେଉଁ ରାସ୍ତା ଦେଇ ସେ ଗତି କରୁଛି, ସେଥିରେ ଧ୍ୱଂସ ଦେଖିଚାଲିଛି ଓ ଆମେ ଯେଉଁ ରାସ୍ତା ଆପଣାଇଛୁ, ତାହା ବିକାଶ ମାର୍ଗରେ ଆମକୁ ନେଇଯାଉଛି। 130 କୋଟି ଭାରତୀୟ ଏପରି ଷଡ଼ଯନ୍ତ୍ରର କଡା ଜବାବ ଦେବେ। ବହୁ ବଡ଼ ବଡ ରାଷ୍ଟ୍ର ଅତ୍ୟନ୍ତ କଠୋର ଶବ୍ଦରେ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ଭାରତ ସହିତ ଛିଡ଼ା ହେବା ଲାଗି ଭାରତକୁ ସମର୍ଥନ କରିବା ଲାଗି ଇଚ୍ଛାବ୍ୟକ୍ତ କରିଛନ୍ତି। ମୁଁ ସେ ସମସ୍ତ ଦେଶ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି। ସମସ୍ତଙ୍କୁ ଆହ୍ୱାନ କରୁଛି ଯେ ଆତଙ୍କବାଦ ବିରୋଧରେ ସମସ୍ତ ମାନବତାବାଦୀ ଶକ୍ତିଙ୍କୁ ଏକ ହୋଇ ଲଢ଼ିବାକୁ ହେବ। ମାନବତାବାଦୀ ଶକ୍ତିମାନଙ୍କୁ ଏକ ହୋଇ ଆତଙ୍କବାଦକୁ ହରାଇବାକୁ ପଡ଼ିବ। ଆତଙ୍କ ସହ ଲଢ଼ିବା ଲାଗି ଯେତେବେଳେ ସବୁ ଦେଶ ଏକମତ, ଏକ ସ୍ୱର, ଏକ ଦିଗରେ ଚାଲିବେ ତାହାହେଲେ ଆତଙ୍କବାଦ ଅଧିକ ସମୟ ତିଷ୍ଠି ପାରିବ ନାହିଁ।”

ସୌଜନ୍ୟ: ପିଆଇବି



from Odisha Reporter http://bit.ly/2SCjkYn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages