
ସୋନପୁର (ରବୀନ୍ଦ୍ର ହୋତା): ଲୁହା ବୋଝେଇ ଟ୍ରକ୍ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ରାସ୍ତାର ଝିଙ୍କି ଛକରେ।
ମୃତକ ଦ୍ୱୟ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଫଗୁଣାମାଳ ଗାଁର ରଂଜିତ ମଲ୍ଲିକ ଏବଂ ମରମେଶ୍ଵର ବଘାର।
ଏଦୁହେଁ କୌଣସି ଏକ କାମରେ ବାଇକ୍ ଯୋଗେ ବଲାଙ୍ଗିର ଯାଇଥିଲେ। ତେବେ ଫେରିବା ବେଳେ ଝିଙ୍କି ଛକରେ ସାମ୍ନା ପଟୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା।
ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିଲେ। ସୋନପୁର ଟାଉନ ପୁଲିସ୍ ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2DHkRSA
No comments:
Post a Comment