ବିଶ୍ୱକପ୍‌ରୁ ପାକିସ୍ତାନକୁ ବାଦ୍ ଦେବାକୁ ଆଇସିସିକୁ ଚିଠି ଲେଖିବ ବିସିସିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ବିଶ୍ୱକପ୍‌ରୁ ପାକିସ୍ତାନକୁ ବାଦ୍ ଦେବାକୁ ଆଇସିସିକୁ ଚିଠି ଲେଖିବ ବିସିସିଆଇ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ହମ୍‌ଲାର ବଦ୍‌ଲା ପାକିସ୍ତାନ ଠାରୁ ନେବା ପାଇଁ ଚାରିଆଡ଼ୁ ଚାପ ପଡ଼ୁଥିବା ବେଳେ ଏବେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଧ୍ୟ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି।

ଆଗାମୀ କ୍ରିକେଟ୍‌ ବିଶ୍ୱକପ୍‌ରୁ ପାକିସ୍ତାନକୁ ବାଦ୍‌ ଦେବାକୁ ବିସିସିଆଇ ଏବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି)କୁ ଚିଠି ଲେଖିବ ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଅଫ୍ ଆଡମିନିଷ୍ଟ୍ରେଟର୍ସ(ସିଏଓ)ର ଅଧ୍ୟକ୍ଷ ବିନୋଦ ରାଏ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ବିସିସିଆଇର ସିଇଓ ରାହୁଲ ଜୋହରୀଙ୍କୁ କହିଛନ୍ତି। ଏଥିସହ ଆସନ୍ତା ଫେବୃଆରୀ ୨୭ରେ ଆଇସିସିର ବୈଠକ ବସିବ। ଏହି ସମୟରେ ଭାରତ ବିଶ୍ୱକପ୍‌ରେ ଭାଗ ନେବ କି ନାହିଁ, ସେ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସୂତ୍ର ଅନୁସାରେ, ବିସିସିଆଇ ସିଇଓ ରାହୁଲ ଜୋହରୀ ଆଇସିସିକୁ ଲେଖିବାକୁ ଥିବା ଚିଠିରେ ପୁଲୱାମା ଆତଙ୍କବାଦୀ ପ୍ରସଙ୍ଗ ଉଠାଇବେ। ଏହି ଆକ୍ରମଣରେ ପାକିସ୍ତାନର ହାତ ରହିଛି ଏବଂ ଏହାକୁ ନେଇ ଭାରତରେ ପ୍ରତିଶୋଧର ନିଆଁ ଜଳୁଥିବା କଥା ମଧ୍ୟ ଚିଠିରେ ଉଲ୍ଲେଖ କରିବେ। ଏହି କାରଣରୁ ପାକିସ୍ତାନ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ଦରକାର ବୋଲି ଯୁକ୍ତି ଦର୍ଶାଯିବ।

ବିଶ୍ୱକପ୍‌ରେ ଭାରତ ତା’ର ପଡ଼ୋଶୀ ରାଷ୍ଟ୍ର ସହ ଏଭଳି ପରିସ୍ଥିତିରେ ମ୍ୟାଚ୍‌ ଖେଳିବା ଅସମ୍ଭବ ବୋଲି ମଧ୍ୟ ବିସିସିଆଇ ପକ୍ଷରୁ ଆଇସିସିକୁ କୁହାଯିବ। ଏଥିପାଇଁ ଆସନ୍ତାକାଲି ବିସିସିଆଇ ଓ ସିଓଏ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର ସୂଚନା ମିଳିଛି।

ଏଥର ଇଂଲଣ୍ଡରେ ବିଶ୍ୱକପ୍‌ ମେ’ ୩୦ରୁ ଆରମ୍ଭ ହେବ। ଜୁନ୍‌ ୧୬ରେ ଭାରତ ଓ ପାକିସ୍ତାନ ଲିଗ୍‌ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ୍‌କୁ ଟିମ୍‌ ଇଣ୍ଡିଆ ବିର୍ଜନ କରିବା ଦରକାର ବୋଲି ପ୍ରଥମେ ବିଭିନ୍ନ ମହଲରୁ ଦାବି ହେଉଥିଲା। ଏବେ କିନ୍ତୁ ବିଶ୍ୱକପ୍‌ରୁ ପାକିସ୍ତାନକୁ ବିଦା କରିବାର ଦରକାର ବୋଲି ଦାବି ଉଠିଛି।

ଆଇସିସିର ବିଭିନ୍ନ ପ୍ରାୟୋଜକ ସଂସ୍ଥା ହେଉଛନ୍ତି ଭାରତୀୟ କମ୍ପାନୀ। ଆଇସିସି ବିଶ୍ୱକପ୍‌ରୁ ଯେଉଁ ଆୟ କରିବ, ତା’ର ୬୦ରୁ ୬୫% ଭାଗ ଭାରତରୁ ମିଳିଥାଏ। ଏପରି ସ୍ଥିତିରେ ଯଦି ଭାରତ ବିଶ୍ୱକପ୍‌ ନ ଖେଳିବ, ତା’ହେଲେ ଆଇସିସି ବଡ଼ ଧରଣର କ୍ଷତି ସହିପାରେ।

ପୁନଶ୍ଚ ଭାରତ ଯଦି ବିଶ୍ୱକପ୍‌ରୁ ନିଜର ସମର୍ଥନ ପ୍ରତ୍ୟାହାର କରି ନିଏ, ତା’ହେଲେ ଆଇସିସି ନୂଆଦିଲ୍ଲୀକୁ ବାସନ୍ଦ କିମ୍ବା ଜୋରିମାନା ଲାଗୁ ମଧ୍ୟ କରିପାରେ। ତେଣୁ ବିସିସିଆଇ ଏସବୁକୁ ଦୃଷ୍ଟିରେ ରଖି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି କ୍ରିକେଟ୍‌ ପଣ୍ଡିତମାନେ ମତ ଦେଇଛନ୍ତି।

ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଆତଙ୍କବାଦୀ ହମ୍‌ଲା ହୋଇଥିଲା। ଏଥିରେ ୪୦ ଜଣ ବୀର ଯବାନ ସହିଦ ହୋଇଥିଲେ। ଏହା ପଛରେ ପାକିସ୍ତାନର ହାତ ଥିବାରୁ ସମସ୍ତେ ଏହାର ବଦଲା ନେବାକୁ ଦାବି କରୁଛନ୍ତି।



from Odisha Reporter https://ift.tt/2T6GmG3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages