ଟି-୨୦ରେ ରେକର୍ଡ କଲେ ଶ୍ରେୟସ ଆୟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଟି-୨୦ରେ ରେକର୍ଡ କଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ବ୍ୟାଟସ୍‌ମ୍ୟାନ୍‌ ଶ୍ରେୟସ ଆୟର ଟି-୨୦ରେ ରେକର୍ଡ କରିଛନ୍ତି। ସେ ଆଜି ଟିମ୍‌ ଇଣ୍ଡିଆର ଅନ୍ୟତମ ବ୍ୟାଟସ୍‌ମ୍ୟାନ୍‌ ରିଷଭ ପନ୍ତଙ୍କ ଟି-୨୦ ରେକର୍ଡକୁ ଭାଙ୍ଗି ଭାରତ ପାଇଁ ଏହି ଫର୍ମାଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହାସଲକାରୀ ଖେଳାଳି ହୋଇଯାଇଛନ୍ତି।

ସେ ମାତ୍ର ୫୫ଟି ବଲ୍‌ରେ ୧୪୭ ରନ୍‌ କରି ପନ୍ତଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଆୟର ମୁମ୍ବାଇ ପକ୍ଷରୁ ଖେଳୁଛନ୍ତି। ଆଜି ମୁମ୍ବାଇ ଓ ସିକ୍କିମ ମଧ୍ୟରେ ମ୍ୟାଚ୍‌ ହୋଇଥିଲା। ଏଥିରେ ଆୟର ଏଭଳି ରେକର୍ଡ ରନ୍‌ ହାସଲ କରିଛନ୍ତି।

ଆୟରଙ୍କ ଏହି ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ୍‌ ହରାଇ ୨୫୮ ରନ୍‌ କରିଥିଲା। ଯଦି ଦଳ ଆଉ ୫ ରନ୍‌ କରି ଦେଇଥାଆନ୍ତା, ତା’ହେଲେ ଟି-୨୦ ଫର୍ମାଟରେ ସର୍ବାଧିକ ଦଳ ଗତ ସ୍କୋର କରିବାର ରେକର୍ଡ ନିଜ ନାଁରେ କରିପାରି ଥାଆନ୍ତା। ଟି-୨୦ରେ ସର୍ବାଧିକ ଦଳଗତ ସ୍କୋର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଅଷ୍ଟ୍ରେଲିଆ ନାଁରେ ରହିଛି।

ଆୟରଙ୍କ ପୂର୍ବରୁ ପନ୍ତ ୨୦୧୮ ଆଇପିଏଲ୍‌ରେ ସର୍ବାଧିକ ୧୨୮ ରନ୍‌ର ଇନିଂସ୍‌ ଖେଳିଥିଲେ। ଟି-୨୦ରେ ୧୨୮ ରନ୍‌ କରି ସେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଥିଲେ।

ପୂର୍ବରୁ ୮ ବର୍ଷ ତଳେ ମୁରଲୀ ବିଜୟ ୧୨୭ ରନ୍‌ କରିଥିଲେ, ଯାହାକୁ ପନ୍ତ ୨୦୧୮ରେ ଭାଙ୍ଗିଥିଲେ। ୨୦୧୮ରେ ସୁରେଶ ରାଇନା ୧୨୬ ଓ ୨୦୧୩ରେ ଉନ୍ମକ୍ତ ଚାନ୍ଦ ୧୨୫ ରନ୍‌ କରିଥିଲେ। ତେବେ ଆୟର ସବୁ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।
ଆୟର ଭାରତ ପାଇଁ ୬ଟି ଦିନିକିଆ ଓ ୬ଟି ଟି-୨୦ ଖେଳିଛନ୍ତି।



from Odisha Reporter https://ift.tt/2IsTEc6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages