
କୋଲକାତା: ଚିଟଫଣ୍ଡ ଦୁର୍ନୀତିକୁ ନେଇ କୋଲକାତା ପୁଲିସ କମିଶନର୍ ରାଜୀବ କୁମାରଙ୍କୁ ଆଜି ମଧ୍ୟ ଜେରା କରିବ ସିବିଆଇ। ଗତକାଲି ମେଘାଳୟର ଶିଲଂରେ ଜେରା କରିଥିଲା ସିବିଆଇ। ଏଥିପାଇଁ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ଟିମ୍ ଶିଲଂ ଯାଇଥିଲା।
ସରସ୍ୱତୀ ପୂଜା ପାଇଁ ଆଜି ରାଜୀବ କୁମାର କୋଲକାତାରେ ରହିବାକୁ ଚାହୁଁଥିଲେ ମଧ୍ୟ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି ସିବିଆଇ। ସାରଦା ଚିଟଫଣ୍ଡର ତଦନ୍ତ କରୁଥିବା SIT ମୁଖ୍ୟ ଥିଲେ ରାଜୀବ କୁମାର। କିନ୍ତୁ ସେ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ କରିଥିଲା ସିବିଆଇ। ତାଙ୍କ ଘରକୁ ସିବିଆଇ ଟିମ୍ ଯାଇଥିବାବେଳେ କୋଲକାତା ପୁଲିସ ସହିତ ଗତ ରବିବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏହାପରେ ମାମଲା ପହଞ୍ଚିଥିଲା ସୁପ୍ରିମକୋର୍ଟରେ। ଏହାର ଶୁଣାଣି କରି ଶିଲଂରେ ସିବିଆଇ ଜେରାର ସମ୍ମୁଖୀନ ହେବାକୁ ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚତମ ନ୍ୟାୟାଳୟ। ଏହାସହ ତାଙ୍କୁ ସିବିଆଇ ଗିରଫ କରିପାରିବ ନାହିଁ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଥିଲେ।
from Odisha Reporter http://bit.ly/2DkJWT2
No comments:
Post a Comment