
ଆବଶ୍ୟକ ସାମଗ୍ରୀ- ବାସୁମତୀ ଅରୁଆ ଚାଉଳ, ପିଆଜ, ହଳଦୀ, ଟମାଟୋ ସସ୍, ଗରମ ମସଲା ଗୁଣ୍ଡ, ରିଫାଇନ୍ ତେଲ, ଜିରା, ଟମାଟୋ, ଲଙ୍କା ଗୁଣ୍ଡ, ଡାଳଚିନି, ସିଝା ରାଜମା, ଘିଅ, ସ୍ୱାଦାନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ମଧ୍ୟମ ଆଞ୍ଚରେ ଚାଉଳକୁ ସିଝାଇ ଛାଣି ଦିଅନ୍ତୁ। ଚୁଲିରେ ଏକ ନନ୍ଷ୍ଟିକ୍ ପ୍ୟାନ୍ ରଖି ଏଥିରେ ତେଲ ଓ ଘିଅ ଗରମ କରନ୍ତୁ। ଏହା ଗରମ ହୋଇଗଲା ପରେ ଜିରା ପକାଇ ଫୁଟାନ୍ତୁ। ଏହାପରେ ଏଥିରେ ଡାଳଚିନି, କଟା ଟମାଟୋ, ପିଆଜ, ଲୁଣ, ହଳଦୀ ଗୁଣ୍ଡ ପକାଇ ଗୋଳାନ୍ତୁ। ଟମାଟୋ ଓ ପିଆଜ ଭଲ ଭାବେ ସିଝିବା ଯାଏଁ ଏହାକୁ ଗୋଳାନ୍ତୁ। ଏବେ ଏହି ମିଶ୍ରଣରେ ଅଧା ସିଝା ଚାଉଳ, ଲଙ୍କା ଗୁଣ୍ଡ, ଗରମ ମସଲା ଗୁଣ୍ଡ ଓ ଟମାଟୋ କ୍ୟାଚ୍ଅପ୍ ପକାନ୍ତୁ। ଶେଷରେ ସିଝା ରାଜମାକୁ ଏହି ମିଶ୍ରଣରେ ମିଶାନ୍ତୁ। ସମସ୍ତ ସାମଗ୍ରୀକୁ ଭଲ ଭାବେ ଗୋଳାଇ ୨ରୁ ୩ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ। ଭଲ ଭାବେ ସିଝିଗଲା ପରେ ଗ୍ୟାସ୍ ବନ୍ଦ କରି ପ୍ଲେଟ୍କୁ ବାହାର କରନ୍ତୁ। ପ୍ରସ୍ତୁତ ହୋଇଗଲା ରାଜମା ପଲଉ। ପସନ୍ଦର ରାଇତା କିମ୍ବା ଚଟଣୀ ସହିତ ଏହାକୁ ପରଷନ୍ତୁ ଆଉ ମଜା ନିଅନ୍ତୁ।
from Odisha Reporter http://bit.ly/2N2dmKs
No comments:
Post a Comment