ଏମିତି ଥିଲେ ‘ଶୋଲେ’ର ‘ରହିମ୍‌ ଚାଚା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ଏମିତି ଥିଲେ ‘ଶୋଲେ’ର ‘ରହିମ୍‌ ଚାଚା’

ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଅଭିନେତା ଏବଂ ସୋଲେର ‘ରହିମ୍‌ ଚାଚା’ ଭାବରେ ଲୋକପ୍ରିୟ ଏ.କେ ହଙ୍ଗଲ୍‌ଙ୍କର ଆଜି ହେଉଛି ୧୦୫ତମ ଜୟନ୍ତୀ। ଏ.କେ ହଙ୍ଗଲ୍‌ଙ୍କର ପୂରା ନାମ ହେଉଛି ଅବତାର୍‌ କିଶନ୍‌ ହଙ୍ଗଲ୍‌। ତାଙ୍କର ଜନ୍ମ ୧ ଫେବୃଆରୀ ୧୯୧୪ରେ ପାକିସ୍ତାନ ସିୟାଲ୍‌କୋଟ୍‌ରେ ହୋଇଥିଲା। ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ହଙ୍ଗଲ୍‌ ୧୯୨୯ରୁ ୧୯୪୭ ପର୍ଯ୍ୟନ୍ତ ହୋଇଥିବା ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ଏବଂ ଜେଲ୍‌ରେ ସଜା କାଟିଥିଲେ।
ଏହା ସହିତ ଏ.କେ ହଙ୍ଗଲ୍‌ ୧୯୩୬ରୁ ୧୯୬୫ ପର୍ଯ୍ୟନ୍ତ ରଙ୍ଗମଞ୍ଚର କଳାକାର ମଧ୍ୟ ରହିଥିଲେ।

ରଙ୍ଗମଞ୍ଚରେ ଅଭିନୟ କରିବା ପରେ ଏ.କେ ହଙ୍ଗଲ୍‌ ୫୦ ବର୍ଷ ବୟସରେ କ୍ୟାମେରାକୁ ସାମ୍ନା କରିଥିଲେ ଏବଂ ଏହା ପରେ ପରେ ସେ ହିନ୍ଦୀ ସିନେମା ଜଗତର ଜଣେ ଜଣାଶୁଣା କଳାକାର ଭାବେ ପରିଚିତ ହୋଇଥିଲେ।

ଏ.କେ ହଙ୍ଗଲ୍‌ ‘ଶୋଲେ’, ‘ଶୌକିନ୍‌’, ‘ମଞ୍ଜିଲ୍‌’, ‘ଲଗାନ୍‌’, ‘ପହେଲି’ ଏବଂ ‘ବାବର୍ଚି’ ପରି ଫିଲ୍ମରେ ଅଭିନୟ କରିଛନ୍ତି।

ଆସନ୍ତୁ ଜାଣିବା ଏ.କେ ହଙ୍ଗଲ୍‌ଙ୍କ ବିଷୟରେ କିଛି ଖାସ୍‌ କଥା

  • ଏ.କେ ହଙ୍ଗଲ୍‌ ୫୦ ବର୍ଷ ବୟସରେ କ୍ୟାମେରାକୁ ସାମ୍ନା କରିଥିଲେ ଏବଂ ୯୬ ବର୍ଷ ବୟସରେ  ହ୍ୱିଲ୍‌ ଚେୟାର୍‌ରେ ବସି ଫ୍ୟାଶନ୍‌ ପରେଡ୍‌ରେ ଭାଗ ନେଇଥିଲେ। ୯୭ ବର୍ଷ ବୟସରେ ସେ ଏନିମେଟେଡ୍‌ ଫିଲ୍ମରେ ଭଏସ୍‌ ଦେଇଥିଲେ।
  • ସେ ଚାରି ଦଶକରେ ୨୨୫ରୁ ଅଧିକ ଫିଲ୍ମ କରିଛନ୍ତି। ଶେଷ ଦିନରେ ସେ ଟିଭି ସିରିଏଲ୍‌ ‘ମଧୁବାଳା’ରେ ଅଭିନୟ କରିଥିଲେ।
  • ଏ.କେ ହଙ୍ଗଲ୍‌ ଜଣେ ପାକିସ୍ତାନରେ ଦର୍‌ଜୀ ଭାବରେ ନିଜର କ୍ୟାରିୟର୍‌ ଆରମ୍ଭ କରି ରଙ୍ଗମଞ୍ଚ କଳାକାର ହୋଇଥିଲେ।
  • ଦେଶ ବିଭାଜନ ପରେ ପାକିସ୍ତାନ ଛାଡି ହଙ୍ଗଲ୍‌ ୧୯୪୯ ମସିହାରେ ମୁମ୍ୱାଇ ଚାଲି ଆସିଥିଲେ। ଏହାପରେ ସେ ବାମପନ୍ଥୀଙ୍କ ସହିତ ସମ୍ୱନ୍ଧ ଥିବା People’s Theater Association (Ipata)ରେ ସାମିଲ୍‌ ହୋଇଥିଲେ।
  • ୧୯୬୬-୬୭ରେ ହିନ୍ଦୀ ସିନେମା ଜଗତରେ ପାଦ ରଖିଥିଲେ। ପ୍ରଥମ ଫିଲ୍ମ ଭାବରେ ଏ.କେ ହଙ୍ଗଲ୍‌ ‘ତିସରୀ କସମ୍‌’ ଓ ‘ଶାଗିର୍ଦ’ ପରି ଫିଲ୍ମରେ ଅଭିନୟ କରିଥିଲେ।

  • ଏ.କେ ହଙ୍ଗଲ୍‌ଙ୍କ ଲୋକପ୍ରିୟ ଫିଲ୍ମ ମଧ୍ୟରେ ‘ନମକ ହାରାମ୍‌’, ‘ଶୋଲେ’, ‘ବାବର୍ଚି’, ‘ଛୁପା ରୁସ୍ତମ୍‌’, ‘ଅଭିମାନ୍‌’ ଓ ‘ଗୁଡ୍ଡି’ ରହିଛି।
  • ବହୁ ଚର୍ଚ୍ଚିତ ଫିଲ୍ମ ଶୋଲେରେ ତାଙ୍କୁ ରହିମ୍‌ ଚାଚା ଭୂମିକାରେ ଦେଖିବାକୁ ମିଳିଥିଲା
  • ହିନ୍ଦୀ ସିନେମା ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୦୬ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।


from Odisha Reporter http://bit.ly/2HH60N5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages