
ନୂଆଦିଲ୍ଲୀ: ନିର୍ବାଚନ ବର୍ଷରେ ବଜେଟ୍ ଯେମିତି ହେବା କଥା, କେନ୍ଦ୍ର ସରକାର ସେଭଳି ବ୍ୟବସ୍ଥା କରିଛନ୍ତି। ମୋଦି ସରକାର ନିଜର ଅନ୍ତରୀଣ ବା କାମଚଳା ବଜେଟ୍ରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ବଜେଟ୍ ଉପସ୍ଥାପନ କରି କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଯେଉଁ ବ୍ୟକ୍ତିମାନଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ରହିଥିବ, ସେମାନଙ୍କୁ କୌଣସି ପ୍ରକାରର ଟିକସ୍ ଦେବାକୁ ପଡ଼ିବ ନାହିଁ। ଏହାଦ୍ୱାରା ୩ କୋଟି ଟିକସ ଦାତା ଲାଭବାନ ହେବେ। ପୂର୍ବରୁ ଆୟକର ଛାଡ଼ ସୀମା ୨.୫ ଲକ୍ଷ ରହିଥିଲା।
ସେହିପରି ବାର୍ଷିକ ମୋଟ ୬.୫ ଲକ୍ଷ ଆୟ କରୁଥିବା ବ୍ୟକ୍ତିମାନେ ଯଦି ବୀମା କିମ୍ବା କୌଣସି ମ୍ୟୁଚୁଆଲ ଫଣ୍ଡ ଇତ୍ୟାଦିରେ ଅନ୍ତତଃ ଦେଢ଼ ଲକ୍ଷ ଟଙ୍କା ନିବେଶ କରିଥିବେ, ତା’ହେଲେ ସେମାନଙ୍କୁ ଟିକସ ଛାଡ଼ କରାଯିବ।” ଏହାଦ୍ୱାରା କେନ୍ଦ୍ର ସରକାର ପାଖାପାଖି ୧୮ ହଜାର ୫୦୦ କୋଟିର ଟିକସଅର୍ଥ ହରାଇବେ।
ଟିକସ କାଲକୁଲେଟର
ଆୟକର ସ୍ଲାବ ଟିକସ ପରିମାଣ
ବାର୍ଷିକ ଆୟ ୫ ଲକ୍ଷ ଯାଏ ଶୂନ
୫ ଲକ୍ଷ୧ରୁ ୧୦ ଲକ୍ଷ ୨୦%
୧୦ ଲକ୍ଷରୁ ଅଧିକ ୩୦%
୫୦ ଲକ୍ଷରୁ ୧ କୋଟି ୧୦% ସରଚାର୍ଜ ସହ ୩୦% ଟିକସ
୧ କୋଟିରୁ ଅଧିକ ୧୫% ସରଚାର୍ଜ ସହ ୩୦% ଟିକସ
୬୦ରୁ ୮୦ ବର୍ଷ ବୟସର ବରିଷ୍ଠ ନାଗରିକଙ୍କ ପାଇଁ
ଆୟକର ସ୍ଲାବ ଟିକସ
୫ ଲକ୍ଷ ଟଙ୍କା ଶୂନ
୫ଲକ୍ଷ ୧ରୁ ୧୦ ଲକ୍ଷ ୨୦%
୧୦ ଲକ୍ଷରୁ ଅଧିକ ୩୦%
ବରିଷ୍ଠ ନାଗରିକ ୮୦ ବର୍ଷରୁ ଅଧିକ
ଆୟକର ସ୍ଲାବ ଟିକସ
୫ ଲକ୍ଷ ଶୂନ
୫ ଲକ୍ଷ ୧ ଟଙ୍କାରୁ ୧୦ ଲକ୍ଷ ୨୦%
୧୦ ଲକ୍ଷ ଟଙ୍କାରୁ ଅଧିକ ୩୦%
from Odisha Reporter http://bit.ly/2sZeoNT
No comments:
Post a Comment