ସାବରୀମାଲା ପ୍ରସଙ୍ଗରେ ମନ୍ଦିର ବୋର୍ଡର ୟୁ-ଟର୍ଣ୍ଣ: ରାୟ ସଂରକ୍ଷିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ସାବରୀମାଲା ପ୍ରସଙ୍ଗରେ ମନ୍ଦିର ବୋର୍ଡର ୟୁ-ଟର୍ଣ୍ଣ: ରାୟ ସଂରକ୍ଷିତ

ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ମିଳିଥିବା ଅନୁମତି ଉପରେ ଆଜି ସୁପ୍ରିମକୋର୍ଟ ରିଭ୍ୟୁ ପିଟିସନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ତେବେ ପୂର୍ବରୁ ମହିଳାଙ୍କ ପ୍ରବେଶକୁ ବିରୋଧ କରୁଥିବା ସାବରୀମାଲା ମନ୍ଦିର ବୋର୍ଡ ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇ ସୁପ୍ରିମକୋର୍ଟରେ ୟୁ-ଟର୍ଣ୍ଣ ନେଇଛନ୍ତି। ମହିଳାମାନେ ଭଗବାନ ଆୟାପ୍ପାଙ୍କ ଦର୍ଶନ କଲେ ମନ୍ଦିର ବୋର୍ଡର କୌଣସି ଅସୁବିଧା ନାହିଁ ବୋଲି ଏହାର ଅଧିକାରୀମାନେ କହିଛନ୍ତି।

ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ରିଭ୍ୟୁ ପିଟିସନ୍‌ର ଶୁଣାଣି ହୋଇଥିଲା। ଏହି ସମୟରେ ସାବରୀମାଲା ମନ୍ଦିରକୁ ପରିଚାଳନା କରୁଥିବା ଦି ଟ୍ରାଭାନକୋର ଦେବସ୍ୱମ ବୋର୍ଡ(ଟିଡିବି) ପୂର୍ବରୁ ସୁପ୍ରିମକୋର୍ଟ ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ପାଇଁ ଦେଇଥିବା ଅନୁମତିକୁ ସମର୍ଥନ କରିଥିଲା।

ବୋର୍ଡରେ ଥିବା ରାଜ୍ୟ ସରକାରଙ୍କ ପ୍ରତିନିଧି ୫ ଜଣିଆ ଖଣ୍ଡପୀଠଙ୍କୁ କହିଥିଲେ ଯେ “ଏକ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଏକ ଋତୁସ୍ରାବ ଭଳି ଏକ କାରଣ ପାଇଁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇବା ଠିକ୍‌ ନୁହେଁ। ସମ୍ବିଧାନର ଧାରା ୨୫(୧) ଅନୁଯାୟୀ ଧାର୍ମିକ କାର୍ଯ୍ୟ ପାଇଁ ସମସ୍ତଙ୍କର ଏବଂ ସବୁ ବର୍ଗର ଅଧିକାର ରହିଛି ବୋଲି କୁହାଯାଇଛି। ତେଣୁ ଏଥିରୁ କାହାକୁ ବଞ୍ଚିତ କରାଯିବା ଠିକ୍‌ ନୁହେଁ।

ମହିଳାମାନଙ୍କୁ ସେମାନଙ୍କର ଏକ ନିୟମିତ ପ୍ରାକୃତିକ ପ୍ରକ୍ରିୟା ପାଇଁ ଭଗବାନ ଆୟାପ୍ପାଙ୍କୁ ଦର୍ଶନରୁ ବଞ୍ଚିତ କରାଯାଉଛି। ସମ୍ବିଧାନ ମହିଳାମାନଙ୍କୁ ମଧ୍ୟ ସବୁ କ୍ଷେତ୍ରରେ ସମାନ ଅଧିକାର ଦେଇଛି। ତେଣୁ ୧୦-୫୦ ବର୍ଷର ମହିଳାଙ୍କୁ ମନ୍ଦିର ପ୍ରବେଶ ନେଇ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାକୁ ସମସ୍ତେ ମାନିବା ଦରକାର।”

ଶୁଣାଣି ବେଳେ ମହିଳାଙ୍କ ପ୍ରବେଶକୁ ବିରୋଧ କରୁଥିବା ଆବେଦନକାରୀ ଓକିଲ କହିଥିଲେ, “କେରଳର ଲୋକମାନେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ମାନିବାକୁ ଚାହୁଁନାହାନ୍ତି। କୋର୍ଟ ନିଜର ଇଚ୍ଛାକୁ ଲୋକଙ୍କ ଉପରେ ଲଦି ଦେବା ଠିକ୍‌ ନୁହେଁ। ସୁପ୍ରିମକୋର୍ଟଙ୍କ ରାୟ ଯୋଗୁ କେରଳରେ ହିଂସା ସୃଷ୍ଟି ହେବା ସହ ଶାନ୍ତି ବଜାୟ ରଖିବାରେ ବାଧା ଉପୁଜିଛି।”

କେରଳ ସରକାର ମଧ୍ୟ ଏଭଳି ରିଭ୍ୟୁ ପିଟସନ୍‌କୁ ଆଜି କୋର୍ଟରେ ବିରୋଧ କରିବା ସହ ସୁପ୍ରିମକୋର୍ଟ ଗତବର୍ଷ ସେପ୍ଟେମ୍ବର ୨୮ରେ ଯେଉଁ ରାୟ ଦେଇଥିଲେ, ତା’କୁ ପୁଣିଥରେ ସମୀକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି।

ଏହାପରେ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଆରଏଫ୍‌ ନରିମନ, ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲକର, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ରାୟ ସଂରକ୍ଷିତ ରଖିଥିଲେ।



from Odisha Reporter http://bit.ly/2WKXBvL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages