ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌: କ୍ୱାର୍ଟରରେ ପଞ୍ଜାବ ଓ ମୁମ୍ୱାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌: କ୍ୱାର୍ଟରରେ ପଞ୍ଜାବ ଓ ମୁମ୍ୱାଇ

ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିୟନ ହକି ପଞ୍ଜାବ ଓ ମୁମ୍ୱାଇ ହକି ଆସୋସିଏସନ୍‌ ଲିଃ ନବମ ଜାତୀୟ ସିନିୟର ହକି ଚାମ୍ପିୟନଶିପ(ଡିଭିଜନ୍ ଏ)ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ପଞ୍ଜାବ ଓ ସର୍ଭିସେସ ସ୍ପୋର୍ଟ୍ସ କଣ୍ଟ୍ରୋଲ ବୋର୍ଡ ମଧ୍ୟରେ ହୋଇଥିବା ମୁକାବିଲା ୩-୩ରେ ଡ୍ର ରହିଥିଲା। ସେହିପରି ମୁମ୍ୱାଇ ଦଳ ଅନ୍ୟ ଏକ ମ୍ୟାଚ୍‌ରେ ଚଣ୍ଡିଗଡ଼କୁ ୩-୧ରେ ହରାଇଥିଲା। ପଞ୍ଚାବ ପକ୍ଷରୁ ରମଣଦୀପ ସିଂହ(୧୦ ମିନିଟ୍), ରୁପିନ୍ଦର ପାଲ (୨୯ ମିନିଟ୍), ଆକାଶଦୀପ ସିଂହ(୩୪ ମିନିଟ୍‌) ଗୋଲ ସ୍କୋର କରିଥିଲେ।

ଯାହାକି ଏସ୍‌ଏସ୍‌ସିବି ପାଇଁ ବିରଜା ଇକ୍କା (୨୪ ଓ ୩୮ ମିନିଟରେ) ଓ ରଞ୍ଜନ (୫୭ ମିନିଟ୍‌ରେ) ଗୋଲ କରି ମ୍ୟାଚକୁ ବରାବର ସ୍ଥିତିକୁ ଆଣିପାରିଥିଲେ। ପଞ୍ଜାବ ମ୍ୟାଚ୍‌ ଡ୍ର ରଖିଥିଲେ ହେଁ ପଏଣ୍ଟ ଅଧିକ ଥିବା ଦୃଷ୍ଟିରୁ ଦଳ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛି।

ତେବେ ପୁଲ୍‌ ‘ବି’ରୁ ପିଏମ୍‌ପିବି ଓ ହକି ହରିଆଣା ପରବର୍ତ୍ତୀ ରାଉଣ୍ଡକୁ ଯିବାର ଯୋଗ୍ୟତା ଅର୍ଜନ କରିଛନ୍ତି। ପୁଲ୍‌ ‘ସି’ରୁ ରେଲୱେ ସ୍ପୋର୍ଟ୍ସ ପ୍ରମୋସନ୍ ବୋର୍ଡ ଓ ପଞ୍ଜାବ ଆଉ ସିନ୍ଧ ବ୍ୟାଙ୍କ ଏବଂ ପୁଲ ‘ଡି’ରୁ ଏୟାର ଇଣ୍ଡିଆ ସ୍ପୋର୍ଟ୍ସ ପ୍ରମୋସନ୍‌ ବୋର୍ଡ ଓ ହକି କର୍ଣ୍ଣାଟକା ଅନ୍ତିମ ଆଠ ଗ୍ରୁପରେ ସ୍ଥାନ ପକ୍କା କରିଛନ୍ତି।



from Odisha Reporter http://bit.ly/2WNLldO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages