
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ବିଜେପି ଯୁବମୋର୍ଚ୍ଚା ଶକ୍ତି ପ୍ରଦର୍ଶନ କରିଛି। ଲୋୟର ପିଏମ୍ଜି, ୧୨୦ ବାଟାଲିୟନ୍ ଓ ଆର୍.ବି.ଆଇ. ଛକରେ ପୁଲିସ ସହ ଯୁବମୋର୍ଚ୍ଚା କର୍ମାଙ୍କର ଧସ୍ତାଧସ୍ତି ହୋଇଛି। ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି।
ଯୁବମୋର୍ଚ୍ଚା କର୍ମୀମାନେ ବିଜେପି କାର୍ଯ୍ୟାଳୟରୁ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ବିଧାନସଭା ଅଭିମୁଖେ ଯାଉଥିବା ବେଳେ ପୁଲିସ ଅଟକାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା। ଶହ ଶହ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ନେଇଥିଲା ପୁଲିସ। ପରେ ଆନ୍ଦୋଳନକାରୀ ଅନ୍ୟ ରାସ୍ତା ଦେଇ ବିଧାନସଭା ଘେରଉ ପାଇଁ ଆସୁଥିଲେ। ପୁଲିସ ସେମାନଙ୍କୁ ଅଟକାଇଥିଲା।
ଏପରିକି ବିଜେପି ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୌରବ ଚୌଧୁରୀଙ୍କୁ ପୁଲିସ ଅଟକ ରଖିଛି। ବେକାରୀ ସମସ୍ୟା, ଯୁବ ମାରଣ ନୀତି ଓ ରାଜ୍ୟ ସରକାରଙ୍କ ଅପରାଗତା ଅଭିଯୋଗ କରି ଗର୍ଜିଛି ବିଜେପି ଯୁବ ମୋର୍ଚ୍ଚା।
from Odisha Reporter http://bit.ly/2TIL7Te
No comments:
Post a Comment