ଡାକ୍ତରଙ୍କୁ ମାଡ଼ ମାରି ୩ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ଡାକ୍ତରଙ୍କୁ ମାଡ଼ ମାରି ୩ ଗିରଫ

ଭଦ୍ରକ(ଓଡ଼ିଶା ରିପୋର୍ଟର)ଭଦ୍ରକ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଚାନ୍ଦବାଲି ପାହାଡ଼ପୁର ଅଞ୍ଚଳର ଚନ୍ଦ୍ରକାନ୍ତ ଦାସ, ରଞ୍ଜନ ଦାସ ଓ ବାବାଜୀ ଦାସ ବୋଲି ଜଣାପଡ଼ିଛି। ମେଡିକାଲରେ ଲାଗିଥିବା ସିସିସିଟିଭି ଫୁଟେଜ୍‌କୁ ଆଧାର କରି ଏହି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଏହି ଅଭିଯୁକ୍ତ ମାନେ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିଲେ।ଏହାସହ ଡ୍ୟୁଟିରେ ଥିବା ଆଟେଣ୍ଡାଣ୍ଟ ଓ ନର୍ସଙ୍କୁ ବି ମାଡ଼ ମାରିଥିବା ଅଭିଯୋଗ ରହିଛି।



from Odisha Reporter http://bit.ly/2DRVaQK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages