ଶେଷ ମ୍ୟାଚ୍‌ ୩୫ ରନ୍‌ରେ ଜିତି ୪-୧ରେ ସିରିଜ୍‌ ଜିତିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ଶେଷ ମ୍ୟାଚ୍‌ ୩୫ ରନ୍‌ରେ ଜିତି ୪-୧ରେ ସିରିଜ୍‌ ଜିତିଲା ଭାରତ

ୱେଲିଂଟନ୍‌: ନ୍ୟୁଜିଲ୍ୟାଣ୍ଡ-ଭାରତ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଭାରତ ଘରୋଇ ଦଳ ନ୍ୟୁଜିଲ୍ୟାଣ୍ଡକୁ ୩୫ ରନ୍‌ରେ ହରାଇଛି। ଏଥିସହିତ ୪-୧ ସିରିଜ୍‌ ଜିତିନେଇ ବିଶ୍ୱକପ୍‌ ପୂର୍ବରୁ ଟିମ ଇଣ୍ଡିଆ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଆଣିଦେଇଛି। ଏହା ୨୦୧୯ କ୍ରିକେଟ୍‌ ମହାକୁମ୍ଭରେ ଖେଳାଳିମାନଙ୍କ ଉତ୍ସାହ ଦ୍ୱିଗୁଣିତ କରିବ ନିଶ୍ଚୟ।

ଆଜି ଭାରତ ପ୍ରଥମେ ବ୍ୟାଟିଂ କରି ଅମ୍ବାତି ରାୟଡ଼ୁଙ୍କ ୯୦ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୨୨ ବଲରେ ବିଷ୍ଫୋରକ ୪୫ ରନ ବଳରେ ନ୍ୟୁଜିଲ୍ୟାଣ୍ଡ ପାଇଁ ୨୫୩ ରନ୍‌ର ଟାର୍ଗେଟ୍‌ ରଖିଥିଲା। ତେବେ ଭାରତୀୟ ବୋଲିଂ ବାହିନୀର ଆକ୍ରମଣ ଓ ରଣନୀତି ସଫଳ ହେବାରୁ କିୱି ଦଳ ସବୁ ୱିକେଟ ହରାଇ ମାତ୍ର ୨୧୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଆରମ୍ଭରୁ ହିଁ ଝଟ୍‌କା ପରେ ଝଟ୍‌କା ଲାଗିଥିଲା। ପୂର୍ବରୁ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ବିପକ୍ଷ ଦଳଙ୍କ ନିକଟରେ ସୁପରିଚିତ ଥିବା ଭାରତର ପ୍ରଥମ ୩ ଜଣ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା, ଶିଖର ଧୱନ୍‌ ଏବଂ ଶୁଭମନ୍‌ ଗିଲ୍‌ ଯଥାକ୍ରମେ ୨,୬ ଏବଂ ୭ ରନ୍‌ କରି ବିଦାୟ ନେଇଥିଲେ। ନୂଆ ମୁହଁ ଭାବରେ ଗତ ଦିନିକିଆରେ କ୍ୟାରିଅର ଆରମ୍ଭ କରିଥିବା ଶୁଭମନ୍‌ ଏଥର ମଧ୍ୟ ନିରାଶ କରିଛନ୍ତି।

ତେବେ ଏହାପରେ ଇନିଂସ୍‌ରେ ସୁଧାର ଆସିଥିଲା। ଅମ୍ବାତି ରାୟଡ଼ୁ ସର୍ବାଧିକ ୯୦ ରନ୍‌ କରିଥିଲେ। କିନ୍ତୁ ଶ୍ରେଷ୍ଠ ଫିନିଶର କୁହାଯାଉଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମାତ୍ର ୧ ରନ୍‌ରେ ବିଦାୟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୟ ଶଙ୍କର ୪୫ ରନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ୍‌ ଏବଂ କେଦାର ଯାଦବ ୩୪ ରନ୍‌ କରିଥିଲେ। ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ ୩ଟି ୱିକେଟ୍‌ ଏବଂ ମାଟ୍‌ ହେନ୍‌ରୀ ୪ଟି ୱିକେଟ୍‌ ନେଇଥିଲେ।

ସେହିଭଳି ନ୍ୟୁଜିଲ୍ୟାଣ୍ଡର ଇନିଂସ୍‌ରେ ଜିମ୍ମି ନୀଶମ୍‌ ସର୍ବାଧିକ ୪୪ ରନ୍‌ କରିଥିଲେ। ତାଙ୍କ ସହିତ କେନ୍‌ ୱିଲିୟମ୍‌ସନ୍‌ଙ୍କ ୩୯ ରନ୍‌ ଏବଂ ଟମ୍‌ ଲାଥାମ୍‌ଙ୍କ ୩୭ ରନ୍‌ ବଳରେ ଏହି ଦଳ ସମ୍ମାନଜନକ ୨୧୭ ରନ୍‌ କରିପାରିଥିଲା। ବୋଲିଂରେ ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୩ଟି ୱିକେଟ୍‌ ନେଇଥିଲାବେଳେ ମହମ୍ମଦ ଶାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏ ୱିକେଟ୍‌ ପାଇଥିଲେ। ଭୁବନେଶ୍ୱର କୁମାର ଏବଂ କେଦାର ଯାଦବଙ୍କୁ ଗୋଟିଏ ଲେଖାଏ ୱିକେଟ୍‌ ମିଳିଥିଲା।



from Odisha Reporter http://bit.ly/2MKT6Nf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages