
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଜାଲ୍ ବିଇଡି ସାର୍ଟିଫିକେଟ୍ ଦେଇ ଲୋକଙ୍କ ପାଖରୁ ଲକ୍ଷାଧିକ ଠକି ନେଇଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ଟାଉନ୍ ପୁଲିସ୍ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାଁ ବେଣୁଧର ସାହୁ। ତାଙ୍କ ଘର ପାଟକୁରା ଅଞ୍ଚଳରେ।
ଟାଉନ୍ ଥାନା ଆଇଆଇସି ତପନ କୁମାର ନାୟକ କହିଛନ୍ତି,“କେନ୍ଦ୍ରାପଡ଼ା ମହିଳା କଲେଜ ନିକଟରେ ବେଣୁଧରଙ୍କର ଏକ ଓକାକ୍ ସେଣ୍ଟର ଅଛି। ସେଠାରେ ସେ ବିଇଡି ଶିକ୍ଷା ଦେଇ ସାର୍ଟିଫିକେଟ୍ ଦେବେ ବୋଲି ଏକ ବିଜ୍ଞାପନ ବାହାର କରିଥିଲେ। ଏହା ପରେ କେନ୍ଦ୍ରାପଡ଼ାର କିଛି ପିଲା ସେଠାରେ ନାମ ଲେଖାଇଥିଲେ। ପିଲା ପିଛା ସେ ୫୦ ରୁ ୬୦ ହଜାର ଟଙ୍କା ନେଇଥିଲେ। ପାଠପଢ଼ା ପରେ କିଛି ପିଲାଙ୍କୁ ସେ ସାର୍ଟିଫିକେଟ୍ ଦେଇଥିଲେ ଓ କିଛି ପିଲାଙ୍କୁ ଦେଇ ନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଯେ ସେ ଯେଉଁ ସାର୍ଟିଫିକେଟ୍ ଦେଇଥିଲେ, ସେଗୁଡ଼ିକ ନକଲି। ଏ ନେଇ ଗତକାଲି ୫ ଜଣ ଅଭିଭାବକ ଆସି ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଛି।”
ତଦନ୍ତ କଲା ପରେ ବେଣୁଧର କେତେ ପିଲାଙ୍କୁ ଠକିଛନ୍ତି, ତାହା ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି। ସେହିଭଳି ସେ ଖାଲି କେନ୍ଦ୍ରାପଡ଼ା ଅଞ୍ଚଳର ପିଲାଙ୍କୁ ଠକିଛନ୍ତି ନା ବାହାର ଜିଲ୍ଲାର ପିଲାଙ୍କୁ ଠକିଛନ୍ତି, ତାହା ବି ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।
from Odisha Reporter https://ift.tt/2GOb5lF
No comments:
Post a Comment