ହାତଗୋଡ଼ ବାନ୍ଧି ଘରୁ ଲୁଟିନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ହାତଗୋଡ଼ ବାନ୍ଧି ଘରୁ ଲୁଟିନେଲେ

theft

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। କାନନ ବିହାରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ଲୁଟେରାମାନେ ଲୁଟ୍‌ପାଟ୍‌ କରିଛନ୍ତି। ପରିବାର ଲୋକଙ୍କ ହାତଗୋଡ଼ ବାନ୍ଧି ୨୫୦ ଗ୍ରାମ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ନେଇଯାଇଛନ୍ତି। ଏହାସହିତ ସେମାନେ ଘରର ଦାମୀ ଆସବାବପତ୍ର ମଧ୍ୟ ନେଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ଘରର ଜଣେ ସଦସ୍ୟ କହିଛନ୍ତି,“ଗତକାଲି ରାତି ପ୍ରାୟ ୨ଟା ୪୫ ମିନିଟରେ ୧୨ରୁ ୧୩ ଜଣ ଲୁଟେରା ଆମ ଘରେ ପଶିଥିଲେ। ସେମାନଙ୍କ ପାଖରେ ଖଣ୍ଡା ଓ ଭୁଜାଲି ଆଦି ଥିଲା। ମୋ ଛୁଆ ବେକରେ ଛୁରୀ ଲଗାଇ ସମସ୍ତ ଗହଣା ଦେଇ ଦେବାକୁ ଧମକାଇଥିଲେ। ସେମାନେ ହିନ୍ଦୀ ଓ ଓଡ଼ିଆ ଭାଷାରେ କଥା ହେଉଥିଲେ। ସେମାନେ ଆମ ଘରୁ ୫୦ରୁ ୬୦ ହଜାର ଟଙ୍କା, ୨୫୦ ଗ୍ରାମ ସୁନା ଓ ଅଧ କିଲୋ ରୁପା ନେଇଯାଇଛନ୍ତି। ସେମାନେ ମୋ ଶାଶୂ,ଶ୍ୱଶୁର ଓ ଦିଅରଙ୍କୁ ମାଡ଼ ମଧ୍ୟ ମାରିଥିଲେ।”

 



from Odisha Reporter https://ift.tt/2NwsRuf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages