ପାକିସ୍ତାନୀଙ୍କ ନିଦ ହଜାଉଛି ଆଫଗାନିସ୍ତାନର ଏହି ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

ପାକିସ୍ତାନୀଙ୍କ ନିଦ ହଜାଉଛି ଆଫଗାନିସ୍ତାନର ଏହି ଭିଡିଓ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣରେ ୪୦ଜଣ ଯବାନ ସହିଦ ହେବାପରେ ପୂରା ବିଶ୍ୱ ଏବେ ଭାରତ ସମର୍ଥନରେ ଅଣ୍ଟା ଭିଡ଼ିଲେଣି। ପଡ଼ୋଶୀ ଦେଶମାନଙ୍କରେ ମଧ୍ୟ ପାକିସ୍ତାନ ବିରୋଧୀ ସ୍ୱର ଦେଖିବାକୁ ମିଳୁଥିବାବେଳେ ଏଥିରୁ ବାଦ୍‌ ପଡ଼ିନି ଆଫଗାନିସ୍ତାନ। ଆଫଗାନିସ୍ତାନର ମୁଖତାର ଅହମ୍ମଦ ନାମକ ଜଣେ ଯୁବକ ସୋଶାଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ସେ ଏଥିରେ ଭାରତ ସହିତ ପାକିସ୍ତାନକୁ ତୁଳନା କରି ପରିହାସ କରୁଥିବାର ଦେଖିବାକୁ ମିଳିଛି।

ଯୁବକ ଜଣଙ୍କ ଭିଡିଓରେ ଖୁବ୍ ହସୁଛନ୍ତି ଏବଂ କହୁଛନ୍ତି, “ଭାରତ ସହ ପାକିସ୍ତାନ ଯୁଦ୍ଧ କରିବାକୁ ସାହସ କରିବା ଖବର ଶୁଣି ମତେ ହସ ଲାଗୁଛି। ଏକଥା ସମସ୍ତେ ଜାଣନ୍ତି ଏବଂ ପାକିସ୍ତାନ ମଧ୍ୟ ସମସ୍ତଙ୍କଠାରୁ ଅଧିକ ଜାଣେ ଯେ ଭାରତୀୟ ସେନା ପାକିସ୍ତାନଠୁ ଶକ୍ତିଶାଳୀ। ହିନ୍ଦୁସ୍ତାନ ଲୋକ, ହିନ୍ଦୁସ୍ତାନ ଟ୍ୟାଙ୍କ ଏବଂ ହିନ୍ଦୁସ୍ତାନରେ ମିସାଇଲ୍ ପାକିସ୍ତାନଠାରୁ ଅଧିକ। ଧନରେ ମଧ୍ୟ ହିନ୍ଦୁସ୍ଥାନ ଆଗରେ, ତୁମେ ପାକିସ୍ତାନ ତ ତାଟିଆ ଧରି ଦୁନିଆଯାକ ଭିକ ମାଗୁଛ। ପାକିସ୍ତାନ ଇସଲାମ୍‌ର ନାଁ ଖରାପ କରିଆସୁଛି। ଭାରତର ରାସ୍ତାରେ ଚାଲୁଥିବା କୁକୁର ମଧ୍ୟ ପାକିସ୍ତାନୀଠୁ ଭଲ।”

ଅନ୍ୟପକ୍ଷରେ ସହିଦଙ୍କ ମା’, ପତ୍ନୀ ଏବଂ ସମସ୍ତ ପରିବାରବର୍ଗଙ୍କ ପାଇଁ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରି ସମବେଦନା ଜଣାଇଛନ୍ତି।

ସେ କହିଛନ୍ତି, ପାକିସ୍ତାନୀଙ୍କର ‘ବାତେଁ କରୋଡ଼ୋଁ କା, ଦୁକାନ୍‌ ପକୋଡ଼ୋଁ କା’ ତୁମେ କେବଳ କଥା କହି ଜାଣ। ତୁମ ପ୍ରଧାନମନ୍ତ୍ରୀ ହାତରେ ତାଟିଆ ଧରି ଭିସାର ଭିକ ମାଗୁଛି। ଆମେ ଆଫଗାନୀସ୍ତାନବାସୀ ଭାରତ ସହ ନିଜର ବନ୍ଧୁତା ଏମିତି ମଜଭୁତ ରଖିବୁ। ତୁମେ ଗୋଟେ କାମକର ହିନ୍ଦୁସ୍ତାନଠୁ କ୍ଷମା ମାଗିନିଅ।



from Odisha Reporter https://ift.tt/2GI11L1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages