
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲୱାମା ସହିଦ୍ଙ୍କ ପାଇଁ ଏବେ ସାରା ଦେଶ କାନ୍ଦୁଛି। ସମବେଦନାର ସୁଅ ଛୁଟୁଛି। ସହାନୁଭୂତି ଦେଖାଇ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ସରକାର, ନେତା, ଅଭିନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ମଧ୍ୟ ସହାୟତା ପ୍ରଦାନ ପାଇଁ ଆଗେଇ ଆସିଛନ୍ତି।

ନିକଟରେ ଓଲିଉଡ୍ ଷ୍ଟାର୍ ଅର୍ଦ୍ଧେନ୍ଦୁ ଓଡିଶାର ଦୁଇ ସହିଦ୍ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଉଭୟଙ୍କ ପରିବାରକୁ ୧ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି।
ପୂର୍ବରୁ ବଲଇଡ୍ର କିଛି କଳାକାର, କ୍ରିକେଟ ତାରକା ଓ ବିଭିନ୍ନ ସଂସ୍ଥା ପକ୍ଷରୁ ଏଭଳି ବଦାନ୍ୟତା ଦେଖିବାକୁ ମିଳିଥିବା ବେଳେ ଓଡିଆ ସିନେ କଳାକାରଙ୍କ ମଧ୍ୟରେ ଏକମାତ୍ର ଯୁବ ତାରକା ଅର୍ଦ୍ଧେନ୍ଦୁ ନିଜ ବଦାନ୍ୟତା ଦେଖାଇଛନ୍ତି।
from Odisha Reporter https://ift.tt/2GETZ9X
No comments:
Post a Comment