ଓଡ଼ିଶା ଆସିବେ ୩ କଂଗ୍ରେସ ମୁଖ୍ୟମନ୍ତ୍ରୀ : ନିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ଓଡ଼ିଶା ଆସିବେ ୩ କଂଗ୍ରେସ ମୁଖ୍ୟମନ୍ତ୍ରୀ : ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ସପକ୍ଷରେ ରାଜ୍ୟରେ ନିର୍ବାଚନୀ ମାହୋଲ ସୃଷ୍ଟି ପାଇଁ ଓଡ଼ିଶା ପିସିସି ପକ୍ଷରୁ ରଣନୀତି ଚୂଡ଼ାନ୍ତ ହୋଇଛି। କଂଗ୍ରେସ ଜାତୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ୧୫ଦିନ ବ୍ୟବଧାନରେ ଦ୍ୱିତୀୟଥର ପାଇଁ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ଆଣି ନିର୍ବାଚନୀ ଫାଇଦା ଉଠାଇବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିଷ୍ପତ୍ତି ନେଇଛି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଓଡ଼ିଶା ଆଣି ଦଳ ସପକ୍ଷରେ ନିର୍ବାଚନୀ ମାହୋଲ ସୃଷ୍ଟି କରିବାକୁ ପ୍ରଦେଶ କଂଗ୍ରେସ କମିଟି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କେବଳ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦେଲେ ଅନ୍ୟ ୩ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବା ପାଇଁ ସମ୍ମତି ଦେଇଛନ୍ତି। ସଚିନ ପାଇଲଟ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଯୁବନେତାଙ୍କୁ ମଧ୍ୟ ଓଡ଼ିଶା ଆସିବା ପାଇଁ ଅନୁରୋଧ କରାଯାଇଛି। ନିର୍ବାଚନ ପୂର୍ବରୁ ରାଜ୍ୟରେ ଦଳ ସପକ୍ଷରେ ଏହି ନେତାମାନେ ପ୍ରଚାର କରିବେ।

ସେହିପରି ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ କରାଯିବା ପ୍ରସଙ୍ଗରେ ମତ ରଖି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏବେ ଜିଲ୍ଲା କଂଗ୍ରେସ କମିଟିଗୁଡ଼ିକୁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପଠାଇବାକୁ କୁହାଯାଇଛି। ସେମାନେ ଜୋନ୍ ସଭାପତି ଓ ଭୋଟରମାନଙ୍କ ମତାମତକୁ ଆଧାର କରି ସମ୍ଭାବ୍ୟ ୩ଜଣ ପ୍ରାର୍ଥୀଙ୍କ ତାଲିକା ପଠାଇବେ। ଯାହାକୁ ପିସିସି ଯାଞ୍ଚ କରିବା ପରେ ଏଆଇସିସିକୁ ପଠାଇବ। ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ନୂଆ ମୁହଁ, ମହିଳା ଓ ଯୁବ ବର୍ଗ ଏବଂ ବିଶେଷକରି ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ମିଳିବ ବୋଲି ସେ କହିଛନ୍ତି ।



from Odisha Reporter http://bit.ly/2t1sNcm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages