ସୂଚନା ଆୟୋଗଙ୍କୁ ଭେଟିଲେ ବିଜେପି ପ୍ରତିନିଧି : ଆର୍‌ଟିଆଇରେ ମାଗିଲେ ‘କର୍ପସ୍‌ ଫଣ୍ଡ୍‌’ର ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ସୂଚନା ଆୟୋଗଙ୍କୁ ଭେଟିଲେ ବିଜେପି ପ୍ରତିନିଧି : ଆର୍‌ଟିଆଇରେ ମାଗିଲେ ‘କର୍ପସ୍‌ ଫଣ୍ଡ୍‌’ର ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ଦେବା ପାଇଁ ରାଜ୍ୟ ସରକାର ଗଢ଼ିଥିବା ‘କର୍ପସ୍‌ ଫଣ୍ଡ୍‌’ ସମ୍ପର୍କରେ ରାଜ୍ୟ ବିଜେପି ବିସ୍ତୃତ ତଥ୍ୟ ମାଗିଛି। ଆଜି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଦଳର ଶତାଧିକ କର୍ମକର୍ତ୍ତା ରାଜ୍ୟ ସୂଚନା ଆୟୋଗଙ୍କୁ ଭେଟି ସୂଚନା ଅଧିକାର ଆଇନ ଅନୁଯାୟୀ ‘କର୍ପସ ଫଣ୍ଡ’ର ତଥ୍ୟ ଦେବାକୁ ଅନୁରୋଧ କରିଛନ୍ତି।

ରାଜ୍ୟ ବିଜେପି ସଭାପତି ଶ୍ରୀ ପଣ୍ଡା କହିଛନ୍ତି ଯେ, ଚିଟ୍‌ଫଣ୍ଡ୍‌ ଠକେଇ ଲୁଟ୍ ଅର୍ଥରେ ଶାସକ ବିଜେଡି ଗତ ୨୦୦୯ ନିର୍ବାଚନ ଲଢ଼ିଥିଲ।। ୨୦୧୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ସାଧାରଣ ଜନତାଙ୍କଠାରୁ ଆଦାୟ ହୋଇଥିବା ଟିକସ ଅର୍ଥରେ କର୍ପସ ଫଣ୍ଡ ଗଠନ କରି କ୍ଷତିଗ୍ରସ୍ତମାନଙ୍କୁ ଅର୍ଥ ଫେରାଇବାର ଘୋଷଣା କରିଥିଲୋ ଅଦ୍ୟାବଧି ୫ ବର୍ଷ ବିତି ଗଲାଣି, ମାତ୍ର କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଟଙ୍କାଟିଏ ମଧ୍ୟ ମିଳିଲା ନାହିଁ। କର୍ପସ ଫଣ୍ଡର ଗଠନ କାହିଁକି ହୋଇଥିଲା ? ସାଧାରଣ କରଦାତାଙ୍କ ଟିକସରେ ଗଠିତ କର୍ପସ ଫଣ୍ଡର ଅର୍ଥ କାହାକୁ ମିଳିଲା ? ବର୍ତ୍ତମାନ ସୁଦ୍ଧା କାହିଁକି ପ୍ରଦାନ କରାଯାଇ ପାରିଲା ନାହିଁ ?

ଏଭଳି ବହୁ ସନ୍ଦେହ ସୃଷ୍ଟିକାରୀ ପ୍ରଶ୍ନର ଉତ୍ତର ଜାଣିବାକୁ ରାଜ୍ୟବାସୀ ବାରମ୍ବାର ଦାବି କରି ଆସୁଛନ୍ତି। ଚିଟଫଣ୍ଡ ଠକେଇରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଏବଂ ରାଜ୍ୟ ସରକାରଙ୍କ ପ୍ରତାରଣାକୁ ବିରୋଧ କରି ରାଜ୍ୟ ବିଜେପି ତରଫରୁ ଚିଟଫଣ୍ଡ କର୍ପସ ଫଣ୍ଡ ଅର୍ଥ ବଣ୍ଟନର ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିବାକୁ ଦଳ ଦାବି କରିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ରାଜ୍ୟ ସୂଚନା ଆୟୋଗଙ୍କୁ ଭେଟି ସୂଚନା ଅଧିକାର ଆଇନ ଅନୁଯାୟୀ କର୍ପସ ଫଣ୍ଡରୁ କେଉଁ କେଉଁ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଅର୍ଥ ମିଳିଲା, ତାହାର ତଥ୍ୟ ପ୍ରଦାନ କରିବା ପାଇଁ ଆବେଦନ କରାଯାଇଛି । ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସମ୍ପାଦକ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଭୂବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter http://bit.ly/2HSBYq6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages