ଦିନ ତମାମ ରଣହୁଙ୍କାର ପରେ ସନ୍ଧ୍ୟାରେ ଏକାଠି ହେଲେ ରାହୁଲ, କେଜ୍ରିୱାଲ ଓ ମମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ଦିନ ତମାମ ରଣହୁଙ୍କାର ପରେ ସନ୍ଧ୍ୟାରେ ଏକାଠି ହେଲେ ରାହୁଲ, କେଜ୍ରିୱାଲ ଓ ମମତା

ନୂଆଦିଲ୍ଲୀ: ସର୍ବଦା ପରସ୍ପରକୁ ବିରୋଧ କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବିଜେପି ବିରୋଧରେ ଏକାଠି ହୋଇଛନ୍ତି। ଏମାନଙ୍କ ସହ ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ହାତ ମିଳାଇଛନ୍ତି। ଆଜି ବିଜେପି ଓ ଏନ୍‌ଡିଏ ସରକାର ବିରୋଧରେ ଏହି ଦଳଗୁଡ଼ିକ ଯନ୍ତରମନ୍ତର ଠାରେ ଶକ୍ତି ପ୍ରଦର୍ଶନ କରିବା ପରେ ସନ୍ଧ୍ୟାରେ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ଘରେ ରୁଦ୍ଧଦ୍ୱାର ବୈଠକ କରିଛନ୍ତି।
ପୂର୍ବରୁ କଂଗ୍ରେସ ଉଭୟ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ଆଗାମୀ ସାଧାରଣ ନିର୍ବାଚନ ଏକାକୀ ଲଢ଼ିବ ବୋଲି କୁହାଯାଉଥିଲେ ହେଁ ଆଜିର ବୈଠକ ସାମ୍ଭାବ୍ୟ ମେଣ୍ଟର ସଙ୍କେତ ଦେଇଛି।

ରାହୁଲ, କେଜ୍ରି ଓ ମମତାଙ୍କ ବ୍ୟତୀତ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ, ଡିଏମକେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌, ଏନ୍‌ସି ନେତା ଫାରୁକ ଅବଦୁଲ୍ଲା ଓ ସିପିଏମ୍‌ର ସୀତାରାମ ୟେଚୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଆଜି ଦିନ ତମାମଲ କେଜ୍ରିୱାଲ ଯନ୍ତରମନ୍ତରଠାରେ ମୋଦି ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନରେ ଅନ୍ୟ ବିରୋଧୀ ଦଳର ନେତାମାନଙ୍କ ସହ ରାହୁଲ ଗାନ୍ଧି ମଧ୍ୟ ମଞ୍ଚ ଶେୟାର କରିଥିଲେ। ତେବେ ଏହି ମେଗା ସମାବେଶରେ ୧୫ଟି ଦଳର ନେତା ଦେଇଥିଲେ।

କିନ୍ତୁ ଜାନୁଆରୀ ୧୯ରେ ମମତା ବାନାର୍ଜୀ ଆୟୋଜନ କରିଥିବା ସମାବେଶରେ ୨୩ଟି ଦଳ ସାମିଲ ହୋଇଥିଲେ। ତେଣୁ ଏବେ ବି ବିରୋଧୀଙ୍କ ମଧ୍ୟରେ ଏକତା ନଥିବା କୁହାଯାଇପାରେ।

ଯଦି କେଜ୍ରିୱାଲ ଓ ରାହୁଲ ହାତ ମିଳାନ୍ତି, ତା’ହେଲେ ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ଏମାନେ ମିଳିତ ଭାବେ ପ୍ରାର୍ଥୀ ଦେବେ। ୨୦୧୪ରେ ଦିଲ୍ଲୀର ସମସ୍ତ ଆସନ ବିଜେପି ଜିତିଥିଲା।



from Odisha Reporter http://bit.ly/2TOtQZ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages