
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଦାବିରେ ଆସନ୍ତା ୭ ତାରିଖରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ବିଧାନସଭା ଘେରାଉ କରିବ। ୫୦ ହଜାରରୁ ଅଧିକ ଶିକ୍ଷକ ଏହି ଆନ୍ଦୋଳନରେ ଯୋଗ ଦେବେ। ୨୮ ଶହ ଗ୍ରେଡ୍ ପେ’ ଦେଇ ସପ୍ତମ ବେତନ କମିଶନର ସଂଶୋଧନ, କନିଷ୍ଠ ଶିକ୍ଷକଙ୍କ ମୂଳ ଦରମାର ୨୫ ପ୍ରତିଶତ ବୃଦ୍ଧି, ପେନସନ୍ ବ୍ୟବସ୍ଥା ଲାଗୁ, କନିଷ୍ଠ ଶିକ୍ଷକଙ୍କ ବଦଳି ନୀତିକୁ ବଳବତ୍ତର ଏବଂ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ଦାବିରେ ସଂଘ ଏହି ଚେତାବନୀ ଦେଇଛି।
ପୂର୍ବରୁ ଏନେଇ ଅନେକ ଥର ଜଣାଇଥିଲେ ମଧ୍ୟ ସରକାର ଶୁଣୁ ନଥିବା ଅଭିଯୋଗ କରିଛି ସଂଘ।
from Odisha Reporter http://bit.ly/2GkCMl8
No comments:
Post a Comment