ହରିହର କରଣଙ୍କ ମୃତ୍ୟୁକୁ ନେଇ ପୁଅ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ହରିହର କରଣଙ୍କ ମୃତ୍ୟୁକୁ ନେଇ ପୁଅ କହିଲେ ଏମିତି କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ପରଲୋକକୁ ନେଇ ତାଙ୍କ ପୁଅ ରାଜେଶ କରଣ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଆପୋଲୋ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ପରେ ବାପାଙ୍କୁ ସ୍ଥାନାନ୍ତର ଓ ଆବଶ୍ୟକ ଚିକିତ୍ସା ମିଳିବାରେ ଡେରି ପାଇଁ ମୃତ୍ୟୁ ହୋଇଥାଇ ପାରେ।

ସେ କହିଛନ୍ତି,“ ଗତ ୩ ସପ୍ତାହ ତଳେ ବାପା ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଶନିବାର ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଯୋଗୁ ତାଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତର ଯୋଗୁ ସେ ୫ ଘଣ୍ଟା ଭେଣ୍ଟିଲେଟର ସୁବିଧା ପାଇ ନଥିଲେ। ଦୁଇ ହସ୍ପିଟାଲ ମଧ୍ୟରେ ସମନ୍ୱୟ ଅଭାବରୁ ବିଳମ୍ବ ହେଲା। ଏହି ଅବହେଳା ବାପାଙ୍କ ମୃତ୍ୟୁର ଅନ୍ୟତମ କାରଣ ହୋଇଥାଇପାରେ।”

ସୂଚନାଯୋଗ୍ୟ, ଗତ ଶନିବାର ଆପୋଲୋ ହସ୍ପିଟାଲରେ ନିଆଁ ଲାଗିଥିଲା। ଏହାପରେ ୩ଟି ଆଇସିୟୁର ୨୬ ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତର ପରେ ଗତକାଲି ଭୁବନେଶ୍ୱରର ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଦୁଇ ଅଭିଯୋଗକୁ ନେଇ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter http://bit.ly/2StnHUA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages