କବିତାରେ କବିତାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

କବିତାରେ କବିତାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲୱାମା ଘଟଣା ପରେ ଏକାଠି ହୋଇଛି ଭାରତ, ଏକାଠି ହୋଇଛନ୍ତି ଭାରତବାସୀ। ସେନା ବାହିନୀର ମନୋବଳ ବୃଦ୍ଧି ପାଇଁ ସମସ୍ତେ ସବୁ ସ୍ତରରେ ଚେଷ୍ଟା ଜାରି ରଖିଛନ୍ତି। ବହୁ ଭାରତୀୟ ସେମାନଙ୍କ ଦେଶପ୍ରେମର ନିଦର୍ଶନ ସୋଶାଲ୍ ମିଡିଆ ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି। କିଛି କିଛି ସୋଶାଲ୍ ମିଡିଆ ବ୍ୟବହାରକାରୀ, ଦେଶପ୍ରେମରେ ଭରପୂର ଲେଖା ଓ କବିତା ପୋଷ୍ଟ କରୁଛନ୍ତି। ସେହିପରି ଅନେକ ବ୍ୟକ୍ତି ଭାରତୀୟ ସୈନିକଙ୍କ ମନୋବଳ ବୃଦ୍ଧି ପାଇଁ ସ୍ୱତନ୍ତ୍ର କବିତା ଲେଖୁଥିବା ଦେଖାଯାଉଛି।

ସେହିପରି ଏକ ହୃଦୟସ୍ପର୍ଶୀ କବିତା ଏବେ ସୋଶାଲ୍ ମିଡିଆରେ ଖୁବ୍ ଚର୍ଚ୍ଚିତ ହୋଇଛି। ଇଂରାଜୀ କବିତା ମାଧ୍ୟମରେ ଜଣେ ସୈନିକ ତାଙ୍କ ହୃଦୟର କଥା ଲେଖିଛନ୍ତି। ଯଦି ଯୁଦ୍ଧରେ ମୃତ୍ୟୁ ହୁଏ ତେବେ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବାକୁ ମୃତ ବୀର ଯବାନ୍ କିଭଳି ଭାବେ ନିଜ ମନକଥା କହିଛନ୍ତି ତାହା ହେଉଛି ଏହି କବିତାର ମର୍ମ। ଯାହାକୁ ପଢିବା କ୍ଷଣକେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ସୋଶାଲ ମିଡିଆରେ ଏମିତି କିଛି ହୃଦୟଛୁଆଁ କବିତା ଏବେ ପଢ଼ିବାକୁ ମିଳୁଛି। ମୂଳ କବିତାଟି ଇଂରାଜୀରେ ଲେଖା ଯାଇଥିବା ବେଳେ ଏହାକୁ ଲେଖିଥିବା କବି ବା ଲେଖକଙ୍କର ନାଁ ନାହିଁ। ତେବେ ଏହି ମନଛୁଆଁ କବିତାର ଓଡ଼ିଆ ଭାବାନୁବାନ ମଧ୍ୟ ସମସ୍ତଙ୍କ ପାଖରେ ପହଞ୍ଚିବାରେ ଲାଗିଛି। ହଜାର ହଜାର ଲୋକ ଏହାକୁ ପଢୁଛନ୍ତି ଆଉ ଲାଇକ୍‌ କରୁଛନ୍ତି ଓ କେମେଣ୍ଟ ଦେଉଛନ୍ତି। ତେବେ ଆସନ୍ତୁ ପଢିବା କବିତାର ଇଂରାଜୀ ଧାଡ଼ି ଓ ଏହାର ଓଡ଼ିଆ ଅନୁବାଦ।

ଇଂଲିଶରେ ଲିଖିତ ମୂଳ କବିତା (ଫେସ୍‌ବୁକ୍‌)

If I die in a war Zone,
box me Up and send me home.
Put my medals on my chest,
tell My mom I did my best.
Tell my dad not to bow, he
won’t get tension from me now.
Tell my bro to study
Perfectly, key of my bike will
be his permanently.
Tell my sister not to be
Upset, her bro will take a long
Sleep after sunset.
Tell my nation not to cry.
“Because I’m a soldier born to die”

ଭାବାନୁବାଦ (ମହିର ପଟ୍ଟନାୟକ)

ଯଦି ମୁଁ ମରେ କେବେ ଯୁଦ୍ଧ କରୁ କରୁ,
କଫିନ୍‌ରେ ଭରି ମତେ ପଠାଇବ
ଗାଁ ମଶାଣିକୁ।

ପଦକ, ମେଡାଲ୍‌ ସବୁ ଛାତିରେ ବାନ୍ଧିବ
କର୍ଣ୍ଣ ଭଳି ଲଢ଼ିଛି ମୁଁ
ବୋଉକୁ କହିବ।

ଭାଙ୍ଗି ପଡ଼ିବନି ବାପା
ତୁମକୁ ମୋ ରାଣ।
ତୁମ ପୁଅ, ତୁମ ଗର୍ବ
ମାଟି ପାଇଁ ଦେଇଛି ପରାଣ।

ତୁମ ଶେଯ ତଳେ ଥିବା
ମୋ ବାଇକ୍‌ର ଚାବି
ଆଜିଠୁ ସାନର ହେଲା
ସବୁଦିନ ଲାଗି।

କୁନିର ବାହାଘର ତୁମକୁ ଲାଗିଲା
ମତେ ଝୁରିବନି କେହି
ମୋ ରାଣ ରହିଲା।

ମାଟିର ଋଣ ସୁଝିବାକୁ
ରକ୍ତସ୍ନାତ ହେଲା ମୋର ଦେହ।
ତା’ କୋଳରେ ଧରିଲା ସେ
ସବୁଦିନ ପାଇଁ,
ତା’ କୋଳରେ ଶୋଇଲି ମୁଁ
ଶିଶୁଟିଏ ହୋଇ।

ଭାବାନୁବାଦ (ଭୁବନାନନ୍ଦ ଅଧିକାରୀ)

ମାଆ ଲୋଟିଯାଏ ପଣତ ପାତି ଲୋ
ଆଖିରୁ ନିଗାଡ଼େ ଲୁହ,
ଲୁହ ନୁହଁ ସେତ ସହିଦ ମାଆର
ଅଫେରନ୍ତା ଗେହ୍ଲା ପୁଅ।

ପଲକ ପଡୁନି ବାପାର ଆଖିରୁ
ଜମାଟ ହେଲାଣି କୋହ,
ଶୁଭୁନି ତ ଆଉ କାହାର ଶବଦ
ପଥର ହେଲାଣି ଦେହ।

କାଠ ଯୋଗାଡ଼ରେ ଲାଗିଛି ଭାଇଟା
ଗଢ଼ିବ ଭାଇର ଜୁଇ,
ଖଣ୍ଡି ଖଣ୍ଡି କାଠ ଗଣି ଗଣି ରଖେ
ଟୋପା ଟୋପା ଲୁହ ଦେଇ।

ମାଇପେ ମୁହଁରେ କାନି ଦେଇ ଆସି
ସ୍ତ୍ରୀକୁ ଦେଲେଣି ଦେଖା,
ପୋଛିଦେବେ ଆଜି ମଥାରୁ ସିନ୍ଦୂର
ଭାଙ୍ଗିବେ ହାତର ଶଙ୍ଖା।

ମାଟି ସାଉଣ୍ଟୁଛି ଦାଣ୍ଡରେ ଭାରିଜା
ବିକଳେ କରୁଛି ରଡ଼ି
ବରଷେ ପୂରିନି ହାତଗଣ୍ଠି ଫିଟା
କାନ୍ତ ମୋର ଗଲେ ଛାଡ଼ି।

ସେପଟେ ପଡ଼ିଛି ସହିଦର ଶବ
ହସ ଫୁଟେ ତା’ର ମୁଖେ
ନିଜ ପାଇଁ ଯିଏ ସୁଖକୁ ଭୁଲିଛି
କାନ୍ଦନ୍ତା କି ନିଜ ଦୁଃଖେ?



from Odisha Reporter http://bit.ly/2SYbKXi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages