
ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ପୁଲ୍ୱାମା ଘଟଣାକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଇ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସମ୍ମିଳିତ ସ୍ୱର ଉଠୁଛି। ଆମେରିକା ଏବଂ ରୁଷ୍ ପରି ବୃହତ ଶକ୍ତି ଭାରତ ସମର୍ଥନରେ ବାହାରିବା ସହିତ ଆତଙ୍କବାଦର ଭୂସ୍ୱର୍ଗ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। କିନ୍ତୁ ଶୁକ୍ରବାର ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପଠାଇଥିବା ଶୋକବାର୍ତ୍ତାରେ ପାକିସ୍ତାନ କଥା ଜମାରୁ ଉଲ୍ଲେଖ କରିନାହାନ୍ତି।
ଏପରିକି ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିସାରିଥିଲେ ମଧ୍ୟ ଚୀନର ଏ ସଂକ୍ରାନ୍ତ ନିରବତା ଆଶ୍ଚର୍ଯ୍ୟଜନକ ମନେ ହେଉଛି। ପୂର୍ବରୁ ପାକିସ୍ତାନକୁ ଅନେକ ମାମଲାରେ ଅକୁଣ୍ଠ ସମର୍ଥନ ଦେଇ ଆସିଥିବା ଚୀନ୍ ଜୈଶ ମୁଖ୍ୟ ମାସୁଦ ଆଝାରକୁ ମଧ୍ୟ ସୁରକ୍ଷା ଢାଲ ଯୋଗାଇଦେଇ ଆସିଛି।
ଅନ୍ୟପକ୍ଷରେ ୱାଙ୍ଗ ଏହି ବାର୍ତ୍ତାରେ କହିଛନ୍ତି, “ଏହି ଅଞ୍ଚଳରେ ଥିବା ଦେଶଗୁଡ଼ିକ ପରସ୍ପର ମଧ୍ୟରେ ସହଯୋଗ ବଢ଼ାଇ ଆତଙ୍କବାଦକୁ ମିଳିତ ଭାବରେ ବିରୋଧ କରିବାକୁ ହେବ ଏବଂ ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାକୁ ହେବ।”
from Odisha Reporter http://bit.ly/2N8knct
No comments:
Post a Comment