ପ୍ରଥମ ଭାରତୀୟ ଭାବେ ରୋହିତ କଲେ ଏହି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

ପ୍ରଥମ ଭାରତୀୟ ଭାବେ ରୋହିତ କଲେ ଏହି ରେକର୍ଡ

ଅକଲ୍ୟାଣ୍ଡ: ଟିମ୍‌ ଇଣ୍ଡିଆର ସୀମିତ ଓଭର୍‌ ଓପନର ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍‌ କୋହଲିଙ୍କ ଅନୁପସ୍ଥିତିରେ ଭାରତର ନେତୃତ୍ୱ ନେଉଛନ୍ତି। ତାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ପ୍ରଥମଥର ପାଇଁ ନ୍ୟୁଜିଲ୍ୟାଣ୍ଡକୁ କୌଣସି ଟି-୨୦ ମ୍ୟାଚ୍‌ରେ ତା’ରି ମାଟିରେ ପରାସ୍ତ କରିବାକୁ ସକ୍ଷମ ହୋଇଛନ୍ତି।

ଏହି ବିଜୟ ପରେ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ ରୋହିତଙ୍କ ନାଁ ଲିପିବଦ୍ଧ ହୋଇଯାଇଛି। ତେବେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ରୋହିତ ଆଜିର ମ୍ୟାଚ୍‌ରେ ଏକାଧିକ ରେକର୍ଡ କରିଛନ୍ତି।

ସେ ପ୍ରଥମ ଭାରତୀୟ ଭାବେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୦୦ରୁ ଅଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ଆଜି ରୋହିତ ଶର୍ମା ୨୯ଟି ବଲରେ ୫୦ ରନ୍‌ କରିଥିଲେ। ଏହି ଇନିଂରେ ସେ ୪ଟି ଛକା ସହ ୩ଟି ଚୌକା ମାରିଛନ୍ତି।

ଏହି ଇନିଂସ ପରେ ରୋହିତ ଟି-୨୦ରେ ୧୦୨ଟି ଛକା ମାରିବାକୁ ସକ୍ଷମ ହୋଇଛନ୍ତି। ଟି-୨୦ରେ ଏପରି ଶହେରୁ ଅଧିକ ଛକା ମାରିବାରେ ରୋହିତ ପ୍ରଥମ ଭାରତୀୟ ହୋଇଥିଲେ ହେଁ ବିଶ୍ୱର ତୃତୀୟ ଖେଳାଳି ହୋଇଛନ୍ତି।

ଟି-୨୦ରେ ସର୍ବାଧିକ ଛକା ମାରିବା ତାଲିକାରେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ ଓ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ ରହିଛନ୍ତି। ଉଭୟ ୧୦୩ଟି ଲେଖାଏ ଛକା ମାରିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ୟ ଟି-୨୦ରେ ରୋହିତ ଅତି କମ୍‌ରେ ୨ଟି ଛକା ମାରିପାରିଲେ ବିଶ୍ୱରେ ସର୍ବାଧିକ ଛକା ମାରିବାର ଖେଳାଳି ହୋଇପାରିବେ। ରୋହିତ ବର୍ତ୍ତମାନ ସୁଦ୍ଧା କ୍ରିକେଟର ୩ଟି ଯାକ ଫର୍ମାଟରେ ୩୪୭ଟି ଛକା ମାରିବାକୁ ସକ୍ଷମ ହୋଇଛନ୍ତି।

ଅନ୍ୟପକ୍ଷରେ ରୋହିତ ଆଜି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବିଶ୍ୱର ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହୋଇଛନ୍ତି। ରୋହିତ ୯୫ଟି ମ୍ୟାଚ୍‌ର ୮୭ଟି ଇନିଂସରେ ୨୨୮୮ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି।



from Odisha Reporter http://bit.ly/2Dmhd06

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages