ବିଶ୍ୱ ରେକର୍ଡ କଲେ ରୋହିତ ଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

ବିଶ୍ୱ ରେକର୍ଡ କଲେ ରୋହିତ ଶର୍ମା

ଅକଲ୍ୟାଣ୍ଡ: ଟିମ୍‌ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମା ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଇତିହାସ ସୃଷ୍ଟି କରିଛନ୍ତି। ରୋହିତ ଆଜିର ମ୍ୟାଚ୍‌ରେ ବିସ୍ଫୋରକ ୫୦ ରନ୍‌ କରିଛନ୍ତି। ତେବେ ଏହି ରନ୍‌ ପରେ ରୋହିତ ବିଶ୍ୱର ସର୍ବଧିକ ଟି-୨୦ ରନ୍‌ ହାସଲକାରୀ ଖେଳାଳି ହୋଇଛନ୍ତି।

ରୋହିତ ଆଜିର ମ୍ୟାଚ୍‌ ପୂର୍ବରୁ ୨୨୩୮ ରନ୍‌ କରି ଟି-୨୦ରେ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳିଙ୍କ ତାଲିକାର ତୃତୀୟ ସ୍ଥାନରେ ଥିଲେ। ତେବେ ଆଜି ୫୦ ରନ୍‌ ହାସଲ କରି ରୋହିତ ୨୨୮୮ ରନ୍‌ କରିବାକୁ ସକ୍ଷମ ହୋଇଛି।

ଆଜିର ୫୦ ରନ୍‌ ପରେ ସେ ଟି-୨୦ରେ ସର୍ବାଧିକ ରନ୍‌ ହାସଲ କରିଥିବା ନ୍ୟୁଜିଲ୍ୟାଣ୍ଡର ବ୍ୟାଟସ୍‌ମ୍ୟାନ୍‌ ମାର୍ଟିନ୍‌ ଗପ୍ଟିଲଙ୍କୁ ପଛରେ ପକାଇ ଦେଇଛନ୍ତି। ଗପ୍ଟିଲ ୨୨୭୨ ରନ୍‌ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ପାକିସ୍ତାନ ସୋଏବ ମାଲିକ ମଧ୍ୟ ୨୨୬୩ ରନ୍‌ ସହ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି।

୨୧୬୭ ରନ୍‌ ସହ ୪ର୍ଥ ସ୍ଥାନରେ ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍‌ କୋହଲି ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲମ ୨୧୪୦ ରନ୍‌ ସହ ୫ମ ସ୍ଥାନରେ ରହିଛନ୍ତି।

ରୋହିତ ୯୫ଟି ମ୍ୟାଚ୍‌ର ୮୭ଟି ଇନିଂସ୍‌ରେ ଏପରି ସର୍ବାଧିକ ଟି-୨୦ ରନ୍‌ ହାସଲକାରୀ ଖେଳାଳି ହୋଇପାରିଛନ୍ତି। ସେ ଇତି ମଧ୍ୟରେ ୪ଟି ଶତକ ଓ ୧୬ଟି ଅର୍ଦ୍ଧଶତକ ମାରିଛନ୍ତି।



from Odisha Reporter http://bit.ly/2GwVi9U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages