
ଯାଜପୁର(ଗୋଲାମ ଗସ୍): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୫ ନମ୍ୱର ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟସ୍ଥ କଣ୍ଟିଗଡ଼ିଆଠାରେ ଟ୍ରକ୍ ଧକ୍କାରେ ଦୁଇଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ନେଉଳପୁର ଗ୍ରାମର ସୌମ୍ୟନ୍ଦ୍ର ରାମ ଓ ସନ୍ଦୀପ ମହାନ୍ତି।
ଦୁହେଁ ଆଜି ଓଳାଶୁଣୀ ମେଳା ଦେଖି ବାଇକରେ ଘରକୁ ଫେରୁଥିବା ବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଦୁହିଁଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଟ୍ରକ୍ ଫେରାର୍ ହୋଇଯାଇଥିଲା। ଏହାକୁନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
from Odisha Reporter http://bit.ly/2TFIqC9
No comments:
Post a Comment