ପ୍ରଚାରର ନୂଆ ଫର୍ମୂଲା: ‘ଗ୍ୟାରେଣ୍ଟି କାର୍ଡ’କୁ ‘ପ୍ରତିଶ୍ରୁତି ପତ୍ର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ପ୍ରଚାରର ନୂଆ ଫର୍ମୂଲା: ‘ଗ୍ୟାରେଣ୍ଟି କାର୍ଡ’କୁ ‘ପ୍ରତିଶ୍ରୁତି ପତ୍ର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କ ନିକଟତର ହେବା ପାଇଁ ଏବେ ଦେଶର ଦୁଇ ପ୍ରମୁଖ ରାଜନୀତିକ ଦଳ ନୂଆ ଫର୍ମୂଲା ଆପଣାଇଛନ୍ତି। ନିର୍ବାଚନୀ ଇସ୍ତାହାର ଘୋଷଣା ପୂର୍ବରୁ ଦୁଇ ଦଳ ଓଡ଼ିଶାରେ ଲୋକଙ୍କୁ ଲିଖିତ ପ୍ରତିଶ୍ରୁତି ଦେଉଛନ୍ତି। କଂଗ୍ରେସ ‘ଗ୍ୟାରେଣ୍ଟି କାର୍ଡ’ ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ଚାହୁଁଥିବାବେଳେ ବିଜେପି ‘ପ୍ରତିଶ୍ରୁତି ପତ୍ର’କୁ ଅସ୍ତ୍ର କରିଛି। ତେବେ ରାଜ୍ୟରେ ଅଧିକ ପ୍ରଭାବଶାଳୀ ବିଜେଡି ଏ କ୍ଷେତ୍ରରେ ପଛରେ ପଡ଼ିଛି । ଅବଶ୍ୟ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଓ ‘କାଳିଆ’ ଯୋଜନାର ସୁଫଳ ସମ୍ପର୍କିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠିିକୁ ସରକାରୀସ୍ତରରେ ଘରେଘରେ ପହଞ୍ଚାଇ ବିଜେଡି ଏଥିରୁ ରାଜନୀତିକ ଫାଇଦା ନେବାକୁ ଉଦ୍ୟମ କରିଛି।

ଗତସପ୍ତାହରେ ଭବାନୀପାଟଣାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କଂଗ୍ରେସର ‘ଗ୍ୟାରେଣ୍ଟି କାର୍ଡ’କୁ ଉନ୍ମୋଚନ ଓ ବଣ୍ଟନ କରିଥିବାବେଳେ ଆଜି ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ‘ପ୍ରତିଶ୍ରୁତି ପତ୍ର’କୁ ଲୋକଙ୍କ ମଧ୍ୟରେ ବଣ୍ଟନ କରିଛନ୍ତି। କଂଗ୍ରେସ ତା’ର ଗ୍ୟାରେଣ୍ଟି କାର୍ଡରେ ସମସ୍ତଙ୍କୁ ଚାକିରି, ଝିଅଙ୍କୁ ମାଗଣା ଉଚ୍ଚଶିକ୍ଷା ଓ ବିବାହ ସହାୟତା, ସବୁ ପରିବାରକୁ ପାନୀୟ ଜଳ ସଂଯୋଗ ଓ ମହିଳା ହିଂସା ରୋକିବା ପାଇଁ ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ମହିଳା ଅଧିକାରୀ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଛି। ଏହି ଗ୍ୟାରେଣ୍ଟି କାର୍ଡକୁ ଏବେ ଦଳର କର୍ମୀ ଓ ନେତାମାନେ ଭୋଟରଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟରେ ଲାଗିପଡ଼ିଛନ୍ତି।

କଂଗ୍ରେସର ଏଭଳି ପ୍ରଚାର ଫର୍ମୂଲାକୁ ଦେଖି ବିଜେପି ମଧ୍ୟ ପଛରେ ରହିନାହିଁ। ଦଳ ଆଜି ନିଜର ‘ପ୍ରତିଶ୍ରୁତି ପତ୍ର’ରେ ମୁଖ୍ୟତଃ ସମସ୍ତଙ୍କୁ ପକ୍କାଘର ଓ ସ୍ଥାୟୀ ପଟ୍ଟା ଦେବାର ଦାୟିତ୍ୱ ମୁଣ୍ଡାଇଛି। ଏହା ସହିତ ପ୍ରତ୍ୟେକ ଓଡ଼ିଆ ଯୁବକଯୁବତୀଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଯୋଗାଇବାର ଦାୟିତ୍ୱ ମଧ୍ୟ ଦଳ ନେବ। ଦଳ କ୍ଷମତାକୁ ଆସିଲେ ଏହି କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ପତ୍ରରେ ଉଲ୍ଲେଖ ରହିଛି ।



from Odisha Reporter http://bit.ly/2te5bkQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages