ପାଚେରୀ ଡେଇଁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ଦଶମ ଶ୍ରେଣୀ ଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ପାଚେରୀ ଡେଇଁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ଦଶମ ଶ୍ରେଣୀ ଛାତ୍ର

ବାରିପଦା (ମାଣିକ୍‌ ଲାଲ୍‌ ପାଣି): ସପ୍ତାହ ଭିତରେ ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି କଳଙ୍କିତ ଘଟଣା ଘଟିଥିଲା। ଏହି ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଜଣେ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଛି। ଅଭିଯୁକ୍ତ ଦଶମ ଶ୍ରେଣୀ ଛାତ୍ର ପାଚେରୀ ଡେଇଁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଉଠାଇ ନେଇ ଶୌଚାଳୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଗତ ରବିବାର ସରସ୍ୱତୀ ପୂଜା ଥିଲା। ସେଥିପାଇଁ ଆଶ୍ରମ ସ୍କୁଲରେ ଉତ୍ସବର ମାହୋଲ୍‌ ଥିଲା। ପୂଜା ସରିବା ପରେ ଛାତ୍ରୀମାନେ ହଷ୍ଟେଲ୍‌କୁ ଫେରି ଥିଲେ। ତେବେ ସେହି ଦିନ ରାତିରେ ଅନ୍ୟ ଏକ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ହଷ୍ଟେଲ୍‌ ପାଚେରି ଡେଇଁ ଜଣେ ଅଷ୍ଟମ ଛାତ୍ରୀଙ୍କୁ ଉଠାଇ ଆଣି ଶୌଚାଳୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଛାତ୍ରୀ ଜଣକ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଆଜି ଛାତ୍ରୀଙ୍କ ମାଉସୀ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter http://bit.ly/2RYk9FN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages