ଆସିପାରିଲାନି ନାଗରିକତ୍ୱ ସଂଶୋଧନ ବିଲ୍‌, ବଢ଼ିପାରେ ରାଜ୍ୟସଭା ଅଧିବେଶନ ଅବଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଆସିପାରିଲାନି ନାଗରିକତ୍ୱ ସଂଶୋଧନ ବିଲ୍‌, ବଢ଼ିପାରେ ରାଜ୍ୟସଭା ଅଧିବେଶନ ଅବଧି

ନୂଆଦିଲ୍ଲୀ: ସଂସଦର ବଜେଟ୍‌ ଅଧିବେଶନ ପାଇଁ ଆଉ ଗୋଟିଏ ଦିନ ବାକି ଥିବାବେଳେ ରାଜ୍ୟସଭାରେ ସମାଜବାଦୀ ପାର୍ଟି ସଦସ୍ୟଙ୍କ ହୋ ହଲ୍ଲା କାରଣରୁ ଗୃହ ମୁଲତବୀ ରଖାଯିବାରୁ ବହୁ ପ୍ରତୀକ୍ଷିତ ସିଟିଜେନ୍‌ଶିପ୍‌ ଆମେଣ୍ଡମେଣ୍ଟ ବିଲ୍‌ ବା ନାଗରିକତ୍ୱ ସଂଶୋଧନ ବିଲ୍‌ ରାଜ୍ୟସଭାରେ ଆଗତ ହୋଇପାରିନାହିଁ। ଅନ୍ୟପକ୍ଷରେ ଲୋକସଭାରେ ଫାଇନାନ୍ସ ବିଲ୍‌ ୨୦୧୯ ପାରିତ ହୋଇପାରିଥିବା ଜଣାଯାଇଛି। କଂଗ୍ରେସର ହଟ୍ଟଗୋଳ ପାଇଁ ଆଜି ଲୋକସଭାରେ ସିଏଜି ରିପୋର୍ଟ ଆଗତ ହୋଇପାରିନାହିଁ।

ସୂଚନାଯୋଗ୍ୟ ଯେ ଆଜି ରାଜ୍ୟସଭାରେ ସିଟିଜେନ୍‌ଶିପ୍ ଆମେଣ୍ଡମେଣ୍ଟ ବିଲ୍‌ ଆଗତ ହେବାର ଥିଲା, କିନ୍ତୁ ଲକ୍ଷ୍ନୌ ବିମାନବନ୍ଦରରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଅଟକାଯିବାପରେ ରାଜ୍ୟସଭାରେ ସମାଜବାଦୀ ପାର୍ଟି ସଦସ୍ୟମାନେ ପ୍ରବଳ ହଙ୍ଗାମା କରିଥିଲେ। ଫଳରେ ଅଧ୍ୟକ୍ଷ ଗୃହକୁ ମୁଲତବୀ ରଖିଥିଲେ।

ଏହି ଅବସରରେ ଲୋକସଭାରେ ଫାଇନାନ୍ସ ବିଲ୍‌ ୨୦୧୯ ପାରିତ ହେବା ବ୍ୟତୀତ ପର୍ଯ୍ୟଟନ ଏବଂ ଜିଏସ୍‌ଟି ଆଦି ବାବଦରେ ଆଲୋଚନା ହୋଇଥିଲା। ଆୟକର ଯୋଗ୍ୟ ହେବାପାଇଁ ପୂର୍ବରୁ ରହିଥିବା ସୀମା ୨.୫ ଲକ୍ଷକୁ ୫ ଲକ୍ଷକୁ ବଢ଼ାଯାଇଥିବା ବିଷୟରେ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ, ଏହା ଦ୍ୱାରା ଗରିବ ଏବଂ ମଧ୍ୟବିତ୍ତଙ୍କୁ ଫାଇଦା ହେବ, କାରଣ ସେମାନେ କମ୍‌ ବ୍ୟୟ ଅଟକଳକୁ ନେଇ ଚଳିଥାନ୍ତି। ଏହି ବିଲ୍‌ରେ ସରକାରଙ୍କ ଟିକସ ପ୍ରସ୍ତାବ ରହିଥିଲା। ଏହି ଅବସରରରେ ସିନେମାଟୋଗ୍ରାଫ୍‌ ସଂଶୋଧନ ବିଲ୍‌ ମଧ୍ୟ ଆଗତ ହୋଇଥିଲା।

ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ବହୁ ଚର୍ଚ୍ଚିତ ତଥା ବାଦ ବିବାଦ ଦେଇ ଗତି କରୁଥିବା ସିଟିଜେନ୍‌ଶିପ୍‌ ସଂଶୋଧନ ବିଲ୍ ଆଣିବାର ଥିଲା। ଗତ ଜାନୁଆରୀ ମାସରେ ଏହା ଲୋକସଭାରେ ପାରିତ ହୋଇଥିଲା। ଆସାମ ଏବଂ ଅନ୍ୟ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଏହାକୁ ନେଇ ତମ୍ବି ତୋଫାନ ଦେଖିବାକୁ ମିଳୁଛି। ଏହି ସଂଶୋଧନ ବିଲ୍‌ ପାରିତ ହେଲେ, ଆଫଗାନିସ୍ତାନ, ପାକିସ୍ତାନ ଏବଂ ବାଂଲାଦେଶର ଧାର୍ମିକ ସଂଖ୍ୟାଲଘୁ ଲୋକଙ୍କୁ ନାଗରିକତ୍ୱ ଅଧିକାର ମିଳିପାରିବ।

ଅନ୍ୟପକ୍ଷରେ ସିଏଜି ଫାଇନାନ୍ସିଆଲ ଅଡିଟ୍‌ ରିପୋର୍ଟ ଆଜି ଗୃହରେ ଆଗତ ହୋଇଥିଲା। କିନ୍ତୁ ଏଥିରେ ରାଫେଲ୍‌ ଡିଲ୍‌ ବାବଦରେ ଉଲ୍ଲେଖ ନଥିବା ଜଣାଯାଇଛି। ପୂର୍ବରୁ ସିଏଜି ରାଜୀବ ମହର୍ଷି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଫେଲ ଡିଲ୍‌ ସମ୍ପର୍କିତ ରିପୋର୍ଟ ଦାଖଲ କରିଥିଲେ। ବଜେଟ୍‌ ଅଧିବେଶନ ଆସନ୍ତାକାଲି ସରିବାକୁ ଥିବାବେଳେ ଏହାପୂର୍ବରୁ ଆଜି ଏହି ରିପୋର୍ଟ ଆଗତ ହେବାର ଥିଲା। କିନ୍ତୁ ଏହା ଆଗତ ହେବା ପୂର୍ବରୁ ଏହାର ତଥ୍ୟ ଲିକ୍‌ ହୋଇଯାଇଛି ଦର୍ଶାଇ ଲୋକସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ସମେତ ତାଙ୍କ ଦଳର ଅନ୍ୟ ସଦସ୍ୟମାନେ ହୋହଲ୍ଲା କରି ଏହାର ମିଳିତ ସଂସଦୀୟ କମିଟି ତଦନ୍ତ ଦାବି କରି ଗୃହତ୍ୟାଗ କରିଥିଲେ। ଏହା ସଂସଦର ଶେଷ ଦିନରେ ଆସନ୍ତାକାଲି ଲୋକସଭାରେ ଆଗତ ହେବାର ଅଛି। ଅନ୍ୟପକ୍ଷରେ ସିଟିଜେନ୍‌ଶିପ୍‌ ବିଲ୍‌ ପାରିତ କରିବାପାଇଁ ରାଜ୍ୟସଭାର ଅବଧି ବୃଦ୍ଧି ପାଇଁ ସରକାର ପ୍ରୟାସ କରିବାର ସମ୍ଭାବନା ରହିଛି।



from Odisha Reporter http://bit.ly/2tgvEyr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages