ଦୋକାନରେ ପଶି ମଦ ବୋତଲ ଭାଙ୍ଗିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଦୋକାନରେ ପଶି ମଦ ବୋତଲ ଭାଙ୍ଗିଲେ ମହିଳା

ସୋନପୁର (ରବୀନ୍ଦ୍ର ହୋତା): ଗାଁରେ ଦିନକୁ ଦିନ ବଢି ଚାଲିଥିବା ମଦ କାରବାରକୁ ନେଇ ତାତିଛନ୍ତି ମହିଳା। ବେଆଇନ ଭାବେ ମଦ ବିକ୍ରି ହେଉଥିବା ଦୋକାନରେ ପଶି ଭାଙ୍ଗିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବଡ଼ଖମାର ଗାଁରେ। ଗାଁରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକାଠି ହୋଇ ଗାଁକୁ ମଦ ମୁକ୍ତ କରିବାକୁ ଶପଥ ନେଇଛନ୍ତି।

ଏନେ ଗାଁର ମହିଳାମାନଙ୍କ ଏକ ବୈଠକ ହୋଇଯାଇଛି। ଏଥିରେ ଶତାଧିକ ମହିଳା ସାମିଲ ହୋଇଥିଲେ। ସ୍ଥାନୀୟ ସରପଞ୍ଚ ବି ମହିଳାମାନଙ୍କୁ ଏହି ଅଭିଯାନରେ ସମର୍ଥନ ଜଣାଛନ୍ତି।

ମହିଳାମାନେ ଅଭିଯୋଗ କରିଛନ୍ତି ଯେ ଗାଁରେ କିଛିମାସ ହେଲା ବେଆଇନ ଭାବେ ୩ଟି ତେଜରାତି ଦୋକାନରେ ମଦ ବିକ୍ରି ହେଉଛି। ପିଲାମାନେ ମଦ ପିଇ କୁପଥକୁ ଚାଲିଯାଉଛନ୍ତି। ଫଳରେ ଦିନକୁ ଦିନ ଗାଁରେ ଶାନ୍ତିଶୃଙ୍ଖଳା ନଷ୍ଟ ହେଉଛି।

ପୂର୍ବରୁ ସମ୍ପୃକ୍ତ ଦୋକାନୀଙ୍କୁ ଗାଁ ଭିତରେ ମଦ ବିକ୍ରି ନକରିବାକୁ ମହିଳାମାନେ କହିଥିଲେ। ଏନେଇ ଅବକାରୀ ବିଭାଗକୁ ମଧ୍ୟ ଜଣାଇଥିଲେ। ହେଲେ ସେମାନଙ୍କ କଥା କେହି ଶୁଣିଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି। ଶେଷରେ ନିଜେ ଏହାକୁ ବନ୍ଦ କରିବାକୁ ଅଣ୍ଟା ଭିଡିବା ସହ ମଦ ବିକ୍ରି ହେଉଥିବା ଦୋକାନ ପାଖରେ ପହଞ୍ଚି ଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ କିଛି ସମୟ ପାଇଁ ପାଟିତୁଣ୍ଡ ହୋଇଥିଲା। ପରେ ମହିଳାମାନେ ଦୋକାନରେ ପଶି ଦେଶୀ ଓ ବିଦେଶୀ ମଦ ବାହାର କରି ନେଷ୍ଟ କରିଦେଇଥିଲେ। ଏହାକୁ ନେଇ ଗାଁରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ ବେଆଇନ୍ ମଦ ବିକ୍ରି ସମ୍ପର୍କରେ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯାଉଥିବା ବୀରମହାରାଜପୁର ଅବକାରୀ ଅଧିକାରୀ ସୁବୋଧ ନାଗ କହିଛନ୍ତି।



from Odisha Reporter http://bit.ly/2UIxSCl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages