ମୋଦି-ନୀତୀଶ ପରେ ଏବେ ଶିବସେନା ପାଇଁ କାମ କରିବେ ମାଷ୍ଟର୍ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ମୋଦି-ନୀତୀଶ ପରେ ଏବେ ଶିବସେନା ପାଇଁ କାମ କରିବେ ମାଷ୍ଟର୍ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ!

ପାଟନା: ୨୦୧୪ ମସିହା ଲୋକସଭା ନିର୍ବାଚନରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ ହେଉ କିମ୍ବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିଜୟ, ଏହି ସଫଳତା ପଛର ମୁଖ୍ୟ କାର୍ପଟଦାର ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଏବେ ଶିବସେନାକୁ ପରାମର୍ଶ ଦେବାପାଇଁ ନିଜଆଡ଼ୁ ପ୍ରସ୍ତାବ ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ସମୟରେ ହିଁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସେ ଏହି ସମୟରେ ସହାୟତା ଦେଇପାରିବେ ବୋଲି କହିଛନ୍ତି।

ଶିବସେନାର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, ପ୍ରଶାନ୍ତ କିଶୋର ନିଜ କୂଟନୀତିର ସହାୟତାରେ ଏନ୍‌ଡିଏ ମେଣ୍ଟରେ ବିଜେପିର ସହଯୋଗୀ ତଥା ବିଭିନ୍ନ ସମୟରେ ବିଜେପିକୁ ଅଡ଼ୁଆରେ ପକାଇଥିବା ଶିବସେନାର ନିର୍ବାଚନ ରଣନୀତିରେ ନିର୍ଦ୍ଧାରଣ କରିବେ ବୋଲି ପ୍ରସ୍ତାବ ଦେଇଛନ୍ତି।

ଶିବସେନା ଏବଂ ବିଜେପି ମହାରାଷ୍ଟ୍ରରେ ଶାସକ ଦଳର ମେଣ୍ଟ ସହଯୋଗୀ। ଯଦିଓ ବିଧାୟକ ସଂଖ୍ୟା ଦୃଷ୍ଟିରୁ ବିଜେପି ବଡ଼ ଦଳ, ବ୍ରିହନ୍‌ମୁମ୍ବାଇ ବା ମୁମ୍ବାଇ ପୌରାଞ୍ଚଳରେ ଶିବସେନା ବଡ଼ ଦଳ। ବିଜେପି ଏଠାରେ ଦ୍ୱିତୀୟ ସ୍ଥାନରେ ଅଛି।

ପ୍ରଶାନ୍ତ କିଶୋର ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସୁପାରିସ କ୍ରମେ ହିଁ ଏନ୍‌ଡିଏର ଅନ୍ୟତମ ସହଯୋଗୀ ଦଳ ଜେଡିୟୁର ଜାତୀୟ ଉପସଭାପତି ନିଯୁକ୍ତ ହୋଇଛନ୍ତି।



from Odisha Reporter http://bit.ly/2ScDO9W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages