ଦିନରେ କେତେ କପ୍‌ ଗ୍ରୀନ୍‌ ଟି ପିଉଛନ୍ତି, ଜାଣନ୍ତୁ ବେଶୀ ପିଇଲେ କ’ଣ କ୍ଷତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଦିନରେ କେତେ କପ୍‌ ଗ୍ରୀନ୍‌ ଟି ପିଉଛନ୍ତି, ଜାଣନ୍ତୁ ବେଶୀ ପିଇଲେ କ’ଣ କ୍ଷତି

ନୂଆଦିଲ୍ଲୀ:ଏବେ ଗ୍ରୀନ୍‌ ଟି ପିଇବା କିଛି ଲୋକଙ୍କ ସଉକ୍‌ ହୋଇଯାଇଛି। ଗ୍ରୀନ୍‌ଟିକୁ ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲି ମାନାଯାଏ।ଏହାକୁ ଏକ ଉପାଦେୟ ହର୍ବାଲ୍ ପାନୀୟ ଭାବେ ଗଣନା କରାଯାଏ।ଗ୍ରୀନ୍‌ ଟି’ରେ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ଏହି ଟି ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ହେଲେ ଅଧିକ ଗ୍ରୀନ୍‌ଟି ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାର ହୋଇଥାଏ। ଏକ ଗବେଷରାରୁ ଜଣାପଡ଼ିଛି ଯେ, ଗୋଟିଏ ଦିନରେ ଦୁଇ କପ୍‌ରୁ ଅଧିକ ଗ୍ରୀନ୍ ଟି ପିଇଲେ ଶରୀର ପ୍ରତି କ୍ଷତିକାରକ ହୋଇଥାଏ।

ଗ୍ରୀନ୍ ଟିରେ ଟୋନିନ୍ସ ନାମକ ଏକ ତତ୍ତ୍ୱ ରହିଛି। ତେଣୁ ଅଧିକମାତ୍ରାରେ ଗ୍ରୀନ୍ ଟି ପିଇଲେ ମୁଣ୍ଡ ବିନ୍ଧେ, ପେଟ ଦରଜ ହୁଏ, ଏସିଡିଟି ଓ ଝାଡ଼ାବାନ୍ତି ସହିତ କୋଷ୍ଠକାଠିନ୍ୟ ମଧ୍ୟ ହୋଇଥାଏ।ଅଧିକ ମାତ୍ରାରେ ଗ୍ରୀନ୍ ଟି ପିଇଲେ ରାତିରେ ନିଦ ହୁଏ ନାହିଁ। ରାତିରେ ଭଲ ନିଦ ନ ହେଲେ ଅନ୍ୟ ରୋଗ ହେବାର ଆଶଙ୍କା ବଢ଼ି ଯାଏ।

ହୃତ୍‌ପିଣ୍ଡ ପାଇଁ ଭଲ ନୁହେଁ ମାତ୍ରାଧିକ ଗ୍ରୀନ୍ ଟି ସେବନ। ଅଧିକ ଗ୍ରୀନ୍ ଟି ପିଇଲେ ହୃତ୍‌ପିଣ୍ଡ ସହିତ ଜଡ଼ିତ ଅନେକ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ।ଗର୍ଭବତୀ ମହିଳାମାନଙ୍କୁ ଗ୍ରୀନ୍ ଟି ନ ପିଇବା ପାଇଁ ପରାମର୍ଶ ଦିଆଯାଏ। କାରଣ ଏହା ଦ୍ୱାରା ଗର୍ଭପାତର ଆଶଙ୍କା ରହିଥାଏ।



from Odisha Reporter http://bit.ly/2HNrFDs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages