ଏୟାର ଶୋ’ ଦୁର୍ଘଟଣାରେ ଜଣେ ପାଇଲଟ୍‌ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଏୟାର ଶୋ’ ଦୁର୍ଘଟଣାରେ ଜଣେ ପାଇଲଟ୍‌ ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁଠାରେ ଚାଲିଥିବା ଏୟାର ଶୋ’ ସମୟରେ ୟେଲାହାଙ୍କା ଏୟାରବେସ୍‌ରୁ ଉଡ଼ାଣ ଭରିଥିବା ଟି ସୂର୍ଯ୍ୟକିରନ୍‌ ଏୟାରକ୍ରାଫ୍ଟ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମଙ୍ଗଳବାର ଏୟାର ଶୋ’ ଅବସରରରେ ଏହି ଦୁଇ ଏୟାରକ୍ରାଫ୍ଟ ସମନ୍ୱୟ ରକ୍ଷା କରିନପାରି ପରସ୍ପର ମଧ୍ୟରେ ମାଡ଼ ହୋଇଯାଇଥିଲେ।


ଅଙ୍ଗଦ ସିଂହ ନାମକ ଜଣେ ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ, ଏହି ଦୁର୍ଘଟଣା ସମୟରେ ୩ଜଣ ପାଇଲଟ ଏୟାରରେ ଥିଲେ। ସେ ଟ୍ୱିଟ୍‌ କରିଛନ୍ତି, ଦୁର୍ଘଟଣାଗ୍ରସ୍ତ ଗୋଟିଏ ଏୟାରକ୍ରାଫ୍ଟରେ ୨ଟି ଯାକ ସିଟ୍‌ରେ ୨ ଜଣ ପାଇଲଟ୍‌ ଥିଲେ। ୨ ଜଣ ପାଇଲଟ୍‌ ସୁରକ୍ଷିତ ଭାବରେ ପାରାଚ୍ୟୁଟ୍‌ ଯୋଗେ ତଳକୁ ଖସିଆସିଥିବାବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି।

ସୂର୍ଯ୍ୟକିରନ୍‌ ହେଉଛି ଏୟାରଫୋର୍ସର ଏକ ଟିମ୍‌, ଯାହାକି ମଝି ଆକାଶରେ ରଣ କୌଶଳ ଦେଖାଇଥାଏ। ଏହି ଦୁର୍ଘଟଣା ସମୟର ମୋବାଇଲ୍‌ରେ ରେକର୍ଡିଂ ହୋଇଥିବା କିଛି ଚିତ୍ର ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ସ୍ପଷ୍ଟ ଜଣାପଡ଼ୁଛି ଦୁଇଟି ଯାକ ଏୟାରକ୍ରାଫ୍ଟ ଦିଗହୀନ ଭାବରେ ତଳକୁ ଖସୁଛି।

ସେହିଭଳି ଏକ ଫଟୋରେ ଏକ ତାରରେ ପାରାଚ୍ୟୁଟ୍‌ ଲାଖି ରହିଥିବାର ଦୃଶ୍ୟ କଏଦ୍‌ ହୋଇଛି। ଏହା ନିକଟରେ ସୁରକ୍ଷିତ ଭାବରେ ଅବତରଣ କରିଥିବା ପାଇଲଟ୍‌ଙ୍କ ହେଲମେଟ୍‌ ପଡ଼ିରହିଛି। ଇସ୍ରୋର ଏକ କାର୍ଯ୍ୟାଳୟ ନିକଟରେଏହା ଖସିଥିବା ଜଣାଯାଇଛି।


ଏହି ଦୁର୍ଘଟଣା ସମୟରେ ପ୍ରବଳମାତ୍ରାରେ କଳା ଧୂଆଁ ବାହାରିଥିଲା ଏବଂ ପ୍ରତ୍ୟକ୍ଷଦର୍ଶୀ ୨ଟି ପାରାଚ୍ୟୁଟ୍‌ ଖସିଥିବାର ଦେଖିବାକୁ ପାଇଥିଲେ। ଏପରିକି ଏହା ତଳକୁ ଖସିପଡ଼ିବାରୁ କିଛି ସ୍ଥାନରେ ନିଆଁ ମଧ୍ୟ ଲାଗିଥିବା ଦେଖିବାକୁ ମିଳିଛି।



from Odisha Reporter http://bit.ly/2NcEqq7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages