
ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ମହିଳା ଓ ତାଙ୍କର ଦୁଇ ଶିଶୁ କନ୍ୟା ନିଆଁରେ ଜଳି ଯାଇଛନ୍ତି।
ଏ ଘଟଣା ଘଟିଛି ଜିଲ୍ଲାର ଜି.ଉଦୟଗିରି ଥାନା ଅନ୍ତର୍ଗତ ମଗରଗୁଡ଼ା ଗାଁରେ। ସେମାନଙ୍କ ଘରେ ହିଁ ଏହି ଘଟଣା ଘଟିଛି।
ମୃତ ଦୁଇ ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ୩ ବର୍ଷ ହୋଇଥିଲା ଓ ଆଉ ଜଣଙ୍କୁ ୯ ମାସ ହୋଇଥିଲା।
ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇପାରିନି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି।
from Odisha Reporter http://bit.ly/2SJESSJ
No comments:
Post a Comment