ବୋହୂକୁ ଆକ୍ରମଣ କରି ଶ୍ୱଶୂରର ଆତ୍ମହତ୍ୟା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ବୋହୂକୁ ଆକ୍ରମଣ କରି ଶ୍ୱଶୂରର ଆତ୍ମହତ୍ୟା!

deadbody

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଡ଼ବରୁଣେଇପଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବୋହୂକୁ ମରଣାନ୍ତକ ଆକ୍ରମଣ କରିବା ପରେ ଶ୍ୱଶୂର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭଯୋଗ ହେବା ପରେ ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି କୌଣସି କଥାକୁ ନେଇ ବଡ଼ବରୁଣେଇପଦା ଗାଁର ଦାମୋଦର ବେହେରା ଓ ତାଙ୍କ ସାନ ବୋହୂ ଶକୁନ୍ତଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦାମୋଦର ଏକ ଧାରୁଆ ଅସ୍ତ୍ରରେ ଶକୁନ୍ତଳାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଶକୁନ୍ତଳାଙ୍କ ଶରୀରରେ ଗଭୀର କ୍ଷତ ହୋଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଯାଜପୁର ରୋଡ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା। ତେଣୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ବୋହୂକୁ ଆକ୍ରମଣ କରିବା ପରେ ଦାମୋଦର ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମେଡିକାଲ୍‌ରେ ଚିକିତ୍ସା ହେଉଥିବା ବୋହୂର ବୟାନ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।



from Odisha Reporter http://bit.ly/2S7g1TV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages