
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ହେବ ମହାମେଣ୍ଟ। ବିଜେଡି ଓ ବିଜେପି ବିରୋଧରେ ଏହି ମହାମେଣ୍ଟ ହେବ। ଏହି ସୂଚନା ଦେଇଛନ୍ତି ସିପିଆଇ କେନ୍ଦ୍ରୀୟ ସମ୍ପାଦକ ଡି. ରାଜା ଆଜି ଭୁବନେଶ୍ୱରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏ କଥା କହିଛନ୍ତି।
ସେ କହିଛନ୍ତି, ସିପିଆଇ, ସିପିଏମ୍, ଜେଏମ୍ଏମ୍ ଓ କଂଗ୍ରେସକୁ ନେଇ ଏହି ମହାମେଣ୍ଟ ହେବ।
ବିଜେପି ଓ ବିଜେଡିକୁ ଶାସନ ଗାଦିଠାରୁ ଦୂରେଇ ରଖିବା ପାଇଁ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ରାଜ୍ୟରେ ସମଭାବାପନ୍ନ ରାଜନୀତିକ ଦଳ ଓ ନେତାଙ୍କ ସହ ମିଶି ରଣାଙ୍ଗନକୁ ଓହ୍ଲାଇବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୂର୍ବରୁ ଇଙ୍ଗିତ ଦେଇଥିଲେ। ଓଡ଼ିଶାରେ ଏଭଳି ମେଣ୍ଟ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମ୍ମତି ଦେବା ପରେ ପିସିସି ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ବୋଲି ସେ କହିଥିଲେ। ତେବେ ଡି. ରାଜାଙ୍କ ମନ୍ତବ୍ୟ ଉପରେ ତାଙ୍କ ପ୍ରତିକ୍ରିୟା ମିଳିନାହିଁ।
ଓଡ଼ିଶାରେ ବିଜେଡି ଦୀର୍ଘ ୧୯ ବର୍ଷ ଧରି ଶାସନରେ ରହିଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା। କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଥିଲା। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ କଂଗ୍ରେସ ଆକ୍ରମଣାତ୍ମକ ମୁଡ୍ରେ ଥିବା ପରି ଜଣାପଡ଼ୁଛି।
ଅଧିକ ପଢ଼ନ୍ତୁ: ମେଣ୍ଟ ସହଯୋଗୀଙ୍କୁ ୨୦ଟି ବିଧାନସଭା ଆସନ ଛାଡ଼ିବ କଂଗ୍ରେସ!
from Odisha Reporter http://bit.ly/2TNP6hz
No comments:
Post a Comment