
ପାଟଣାଗଡ଼ (ବଂଶୀଧର ସେଠୀ): ଜଙ୍ଗଲରେ କମ୍ୱିଂ କରୁଥିବା ବେଳେ ଠାବ ହୋଇଛି ନକ୍ସଲ କ୍ୟାମ୍ପ। କମ୍ୱିଂ ଅପରେସନ୍ ନେଇ ନକ୍ସଲମାନେ ଆଗୁଆ ଖବର ପାଇ ପଳାଇ ଯାଇଥିବା ଅନୁମାନ କରାଯାଉଛି। ତେବେ କ୍ୟାମ୍ପରେ ଛାଡ଼ି ଯାଇଥିବା ବାକ୍ସରୁ ବହୁ ନକ୍ସଲ ସାମଗ୍ରୀ ଜବତ ହୋଇଛି।
ନକ୍ସଲ ପ୍ରବଣ ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତରେ ସିଆର୍ପିଏଫ୍ ଯବାନମାନେ କମ୍ୱିଂ ଅପରେସନ୍ କରୁଥିଲେ। ଏହି ସମୟରେ ଖପ୍ରାଖୋଲ୍ ନିକଟରେ ଏକ ଗୁମ୍ଫାରେ ନକ୍ସଲ କ୍ୟାମ୍ପ ଚାଲିଥିବା ନେଇ ସୂଚନା ମିଳିଥିଲା। ଯବାନମାନେ ଗୁମ୍ଫାରେ ପହଞ୍ଚିବା ପୂର୍ବରୁ ନକ୍ସଲମାନେ ପଳାଇ ଯାଇଥିଲେ। ମାତ୍ର ଛାଡ଼ି ଯାଇଥିଲେ ଏକ ବାକ୍ସ। ସେହି ବାକ୍ସରୁ ଯବାନମାନେ ନକ୍ସଲଙ୍କ ଡ୍ରେସ୍, ବହି, ଟିଫିନ୍, ବେଟେରୀ ଓ ଡାଏରି ପ୍ରମୁଖ ସାମଗ୍ରୀ ଜବତ କରିଛନ୍ତି।
ତେବେ ଏଠାରେ କେତେଦିନ ଧରି ନକ୍ସଲ କ୍ୟାମ୍ପ ଚାଲିଥିଲା, ତାହା ଜଣାପଡ଼ି ନାହିଁ। ନକ୍ସଲଙ୍କୁ ଧରିବା ପାଇଁ ବର୍ତ୍ତମାନ ଉକ୍ତ ଜଙ୍ଗଲରେ କମ୍ୱିଂ ଅପରେସନ୍କୁ ଜୋରଦାର କରାଯାଇଛି।
from Odisha Reporter http://bit.ly/2tujz8F
No comments:
Post a Comment