ନବ ନିର୍ମାଣ କୃଷକ ସଙ୍ଗଠନର ଅର୍ଥନୈତିକ ଅବରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ନବ ନିର୍ମାଣ କୃଷକ ସଙ୍ଗଠନର ଅର୍ଥନୈତିକ ଅବରୋଧ

ଯାଜପୁର (ଗୁଲାମ ଗସ୍‌): ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଜ୍ୟବ୍ୟାପୀ ଅର୍ଥନୈତିକ ଅବରୋଧ କରାଯାଇଛି। ଏହି କ୍ରମରେ ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବାରବାଟୀଠାରେ ଶତାଧିକ ଚାଷୀ ୧୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ।

ଚାଷୀମାନେ ମାନତିରା ଗାଁରୁ ଏକ ବିରାଟ୍‌ ଶୋଭାଯାତ୍ରାରେ ବାହାରି ବାରବାଟୀ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଚାଷୀମାନେ ପଣ୍ୟ ବୋଝେଇ ଗାଡ଼ିଗୁଡ଼ିକୁ ରାଜରାସ୍ତାରେ ଅଟକାଇ ଥିଲେ। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଜିଲ୍ଲା ପ୍ରଶାସନ ୩ ପ୍ଲାଟୁନ୍‌ ଫୋର୍ସ ମୁତୟନ କରିଥିଲା। ଏଥିସହ ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ ଓ ତିନିଜଣ ଆଇଆଇସିଙ୍କ ସମେତ ବହୁ ପୁଲିସ ଅଧିକାରୀ ସ୍ଥିତି ଉପରେ ନଜର ରଖିଥିଲେ। ପରେ ପୁଲିସ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଗିରଫ କରିଥିଲା। ତା’ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

ତେବେ ସରକାର ତାଙ୍କ କଥା ନଶୁଣିବା ପର୍ଯ୍ୟନ୍ତ ଏଭଳି ଅର୍ଥନୈତିକ ଅବରୋଧ ଜାରି ରହିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନର ରଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚେତାବନୀ ଦେଇଛନ୍ତି।



from Odisha Reporter http://bit.ly/2GBHj2D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages