
ଥରୁଭନନ୍ତପୁରମ: କେରଳର ଥେନହିପାଲାମରେ ଘଟିଥିବା ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୩୬ ବର୍ଷୀୟ ମହିଳା ୯ ବର୍ଷୀୟ ନାବାଳକକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୁଲିସ୍ର ସୂଚନା ଅନୁଯାୟୀ, ନାବାଳକ ଜଣଙ୍କ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ପ୍ରଥମେ ଜଣେ ଡାକ୍ତରଙ୍କ କ୍ଲିନିକ୍ରେ ଜଣାଇଥିଲେ। ଏହାପରେ ଡାକ୍ତର ଜଣଙ୍କ ଚାଇଲ୍ଡ ଲାଇନ୍ ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଚାଇଲ୍ଡ ଲାଇନ୍ ଅଧିକାରୀମାନେ ନାବାଳକର ବୟାନ ରେକର୍ଡ କରିବା ସହ ମାମଲା ବିଷୟରେ ପୁଲିସ୍କୁ ଜଣାଇଥିଲେ। ପୁଲିସ୍ ପକସୋ ଆଇନ୍ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ନାବାଳକଙ୍କୁ ମହିଳା ଜଣକ ଏକ ବର୍ଷରୁ ଅଧିକ ସମୟ ଧରି ଯୌନ ନିର୍ଯାତନା ଦେଇ ଆସୁଥିଲେ।
ମହିଳାଙ୍କ ଏଭଳି ନିର୍ଯାତନା ଯୋଗୁ ନାବାଳକର ମାନସିକ ସ୍ଥିତି ମଧ୍ୟ ବିଗିଡ଼ି ଯାଇଛି। ମହିଳା ଜଣଙ୍କ ନାବାଳକଙ୍କର ଦାଦାଙ୍କ ପତ୍ନୀ ଏବଂ ସେ ତାଙ୍କ ଘର ପାଖରେ ହିଁ ରହୁଥିଲେ। ପୁଲିସ୍ ଉପଯୁକ୍ତ ପ୍ରମାଣ ପାଇଲେ ଯାଇ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି।
from Odisha Reporter http://bit.ly/2E2kJyk
No comments:
Post a Comment