ଆତଙ୍କବାଦୀ ଏବଂ ସେମାନଙ୍କ ପଛରେ ଥିବା ଲୋକେ ବଡ଼ ଭୁଲ କରିଛନ୍ତି: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ଆତଙ୍କବାଦୀ ଏବଂ ସେମାନଙ୍କ ପଛରେ ଥିବା ଲୋକେ ବଡ଼ ଭୁଲ କରିଛନ୍ତି: ମୋଦି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ ଘଟଣାର କଡ଼ା ଜବାବ ଦିଆଯିବ। ଏହି ଘଟଣାରେ ସଂପୃକ୍ତ ଥିବା ଆତଙ୍କବାଦୀଙ୍କୁ ବରଦାସ୍ତ କରାଯିବନି। ଆତଙ୍କବାଦୀମାନେ ଏବଂ ସେମାନଙ୍କୁ ଶକ୍ତି ଯୋଗାଥିବା ଲୋକେ ବହୁତ ବଡ଼ ଭୁଲ୍ କରିଦେଇଛନ୍ତି। ଏଥିପାଇଁ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ଓ ଏହାର ପରିଣାମ ଭୋଗିବାକୁ ହେବ ବୋଲି ଆଜି ଏନେଇ ଖୋଲାଖୋଲି ପାକିସ୍ତାନକୁ ଚେତାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେ ଆହୁରି ମଧ୍ୟ କହିଛନ୍ତି,“ଆତଙ୍କୀ ସଂଗଠନ ଓ ସେମାନଙ୍କୁ ପ୍ରଶୟ ଦେଉଥିବା ଲୋକେ ବଡ଼ ଭୁଲ୍ କରୁଛନ୍ତି। ମୁଁ ଦେଶବାସୀଙ୍କୁ ଭରସା ଦେଉଛି, ଯେଉଁ ଆତଙ୍କୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ, ସେମାନଙ୍କୁ ନିଶ୍ଚୟ ଦଣ୍ଡ ମିଳିବ।”

ପ୍ରଧାନମନ୍ତ୍ରୀ କହିଛନ୍ତି,“ସାରା ଦେଶ ଏବେ ଏକାଠି ହୋଇ ଆତଙ୍କବାଦୀଙ୍କ ମୁକାବିଲା କରୁଛି। ଯେଉଁ ରାସ୍ତାରେ ପଡ଼ୋଶୀ ଦେଶ ଚାଲୁଛି ତାହା ବରବାଦୀର ରାସ୍ତା। କେବଳ ଏତିକି ନୁହେଁ, ଆତଙ୍କବାଦୀଙ୍କ ସହଯୋଗୀ ଶକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଘଟଣାରେ ମୋଦି କହିଛନ୍ତି, ବର୍ତ୍ତମାନ ସମଗ୍ର ଦେଶରେ ଦୁଃଖ ଓ ଆକ୍ରୋଶ ଦେଖାଦେଇଛି। ସେ କହିଛନ୍ତି,“ଆମ ପଡୋଶୀ ଦେଶ ଏବେ ଆର୍ଥିକ ଅନଟନରେ ଗତି କରୁଛି। ତେବେ ପଡୋଶୀ ଦେଶକୁ ଲାଗୁଛି ଏପରି ଆତଙ୍କ ମଚାଇ,ଭାରତରେ ପରିବର୍ତ୍ତନ କରିବ। ସେମାନଙ୍କ ଏହି ସ୍ପପ୍ନ କେବେ ପୂରଣ ହେବ ନାହିଁ। ୧୩୦ କୋଟି ଦେଶବାସୀ ଏହାର କଡ଼ା ଜବାବ ଦେବେ।”



from Odisha Reporter http://bit.ly/2GsShZ4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages