
ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ବଲିଉଡ୍ ଅଭିନେତା ଅର୍ଜୁନ୍ ରାମପାଲ୍ ଏକ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ତାଙ୍କ ବିରୋଧରେ ଗୋଟିଏ ଏଣ୍ଟରଟେନ୍ମେଣ୍ଟ୍ କମ୍ପାନୀ ଅଭିଯୋଗ ଦାୟର୍ କରିଛି।
ମିଡିଆ ରିପୋର୍ଟ ମୁତାବକ, ଅର୍ଜୁନ ଗତବର୍ଷ ୱାଇଟ୍ ଏଣ୍ଟରଟେନ୍ମେଣ୍ଟ ନାମକ କମ୍ପାନୀରୁ ୧ କୋଟି ଟଙ୍କାର ଲୋନ୍ ଆଣିଥିଲେ। ଅର୍ଜୁନ ଏହି ଲୋନ୍କୁ ୧୨ ପ୍ରତିଶତ ସୁଧ ସହିତ ୯୦ ଦିନ ମଧ୍ୟରେ ଫେରାଇବେ ବୋଲି ସର୍ତ୍ତ ରହିଥିଲା। କିନ୍ତୁ ପରବର୍ତ୍ତି ସମୟରେ ଅର୍ଜୁନ୍ ଧାର୍ଯ୍ୟ ସମୟ ଅନୁସାରେ ଟଙ୍କା ଫେରାଇ ନ ଥିଲେ।
ଅଭିଯୋଗ ଦାୟର୍ ହେବା ପରେ ଅର୍ଜୁନ୍ ତାଙ୍କ ସଫେଇରେ କହିଛନ୍ତି, “ସେ କମ୍ପାନୀଠାରୁ ନେଇଥିବା ସମ୍ପୂର୍ଣ୍ଣ ଲୋନ୍ ଦେଇ ସାରିଛନ୍ତି। ଏହାପରେ ମଧ୍ୟ କମ୍ପାନୀ ତାଙ୍କ ବିରୋଧରେ ମାମଲା ଦାୟର କରିଛି। କୋର୍ଟରେ ଏହାର ଶୁଣାଣି ସମୟରେ ମୁଁ ପ୍ରମାଣ କରିଦେବି।”
ୱାଇଟ୍ ଏଣ୍ଟରଟେନ୍ମେଣ୍ଟ୍ ପକ୍ଷରୁ କୁହାଯାଇଛି ଯେ, ଅର୍ଜୁନ୍ ପୋଷ୍ଟ୍ ଡେଟେଡ୍ ଚେକ୍ ଦେଇଥିଲେ। ୨୩ ଅଗଷ୍ଟ ୨୦୧୮ରେ ଏହି ଚେକ୍କୁ ବ୍ୟାଙ୍କରେ ଡିପୋଜିଟ୍ କରିବା ପରେ ଚେକ୍ ବାଉନ୍ସ ହୋଇଥିଲା।
ସୂଚନାଯୋଗ୍ୟ, ୮ ଅକ୍ଟୋବର ୨୦୧୮ରେ ଅର୍ଜୁନ ରାମପାଲଙ୍କୁ ୧୮୮୧ ମସିହା ଇନ୍ଷ୍ଟ୍ରୁମେଣ୍ଟ ଆଇନ୍ର ଧାରା ୧୩୮ ଅନୁଯାୟୀ କୋର୍ଟ ନୋଟିସ୍ ପଠା ଯାଇଥିଲା। ୧୪ ଦିନ ମଧ୍ୟରେ ସୁଧ ସହିତ ଋଣ ରାଶି ପୈଠ କରିବା ପାଇଁ ନୋଟିସ୍ରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ଅର୍ଜୁନ୍ ଏପରି କରିପାରିଲେ ନାହିଁ।
ଏହାପରେ କମ୍ପାନୀ ୨୯ ଅକ୍ଟୋବରରେ ଅନ୍ଧେରୀ ମେଟ୍ରୋପୋଲିଟନ୍ କୋର୍ଟରେ ଅର୍ଜୁନଙ୍କ ବିରୋଧରେ ଏକ ଏତଲା ଦାୟର୍ କରିଥିଲା। ଏତଲା ଦାୟର୍ ହେବା ପରେ ୨୨ ଅକ୍ଟୋବରରେ ଅର୍ଜୁନ୍ ୭.୫ ଲକ୍ଷ ଟଙ୍କା ଦେଇଥିଲେ କିନ୍ତୁ ସମ୍ପୂର୍ଣ୍ଣ ଲୋନ୍ ଦେବା ପାଇଁ ଅସଫଳ ରହିଥିଲେ।
ଏଥିପାଇଁ ମଙ୍ଗଳବାର ମୁମ୍ୱାଇ ହାଇକୋର୍ଟରେ ଅର୍ଜୁନ୍ଙ୍କ ନାଁରେ ୧ କୋଟି ୫୦ ହଜାର ଟଙ୍କା ଫେରାଇବା ପାଇଁ ଏକ ବ୍ୟବସାୟିକ ମୋକଦ୍ଦମା ଦାୟର୍ କରାଯାଇଛି।
from Odisha Reporter http://bit.ly/2Sy7heF
No comments:
Post a Comment