ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

CMO-23

ବାରିପଦା(ମାଣିକଲାଲ୍ ପାଣି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ରାଇରଙ୍ଗପୁର ଓ କରଞ୍ଜିଆ ଉପଖଣ୍ଡ ପାଇଁ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳନ୍ୟାସ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ୪୫ କୋଟି ଟଙ୍କାର ୨୧ଟି ପ୍ରକଳ୍ପର ଲୋକାର୍ପଣ କରିବା ସହିତ ୯୬୦. ୩୪ କୋଟି ଟଙ୍କାର ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ରାଇରଙ୍ଗପୁର ମହୁଲଡ଼ିହା ପଡ଼ିଆରେ ମିଶନ ଶକ୍ତି ମହାସମାବଶ ଆୟୋଜିତ ହୋଇଥିଲା। ଏଥିରେ ୭୪୫୩ ମହିଳା SHGକୁ ୧୫ ହଜାର ଟଙ୍କା ଲେଖାଏ ସିଡ୍ ମନି ଦିଆଯାଇଛି। ଏହା ସହିତ ୧୨ଟି ବ୍ଲକ ସ୍ତରୀୟ ମହାସଂଘକୁ ୨୫ ଲକ୍ଷ  ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯାଇଛି। ୭ ହଜାରରୁ ଅଧିକ ମହିଳା SHGକୁ ଡିଜିଟାଲ ସଶକ୍ତିକରଣ ପାଇଁ ୩ ହଜାର ଟଙ୍କା ଲେଖାଏ ଦିଆଯାଇଛି।

ବାରିପଦା-ବାମନଘାଟି ରାସ୍ତାର ବାଲିଯୋଡ଼ ନାଳ ଉପରେ ୨ଟି ହାଇଲେବଲ ସେତୁର ଉଦଘାଟନ କରିଛନ୍ତି ନବୀନ। ଏଥିସହିତ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ୫୦ ଶଯ୍ୟା ବିଶିଷ୍ଟ ଏବଂ ଠାକୁରମୁଣ୍ଡା ସିଏଚ୍‌ସିର ୨ଟି ଶିଶୁ ଓ ମାତୃ ଚିକି଼ତ୍ସା କେନ୍ଦ୍ରର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି।



from Odisha Reporter http://bit.ly/2HPW981

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages