
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପାତ୍ରପଡ଼ାରେ ସିରିଜ୍ ବୋମାମାଡ଼ ମାମଲାର ମାଷ୍ଟର ମାଇଣ୍ଡକୁ କମିଶନ୍ରେଟ୍ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ବାବୁ ନାଏକ। ଏଥିସହ ପୁଲିସ୍ ହାତରେ ବୋମାମାଡ଼ ବେଳର ସିସିଟିଭି ଫୁଟେଜ୍ ଲାଗିଛି।
ଘଟଣା ଦିନ ତିନି ଜଣ ବାଇକ୍ରେ ଆସି ବ୍ୟାଗ୍ରେ ଆଣିଥିବା ବୋମାକୁ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ଫୋପାଡ଼ିଥିଲେ। ବାବୁଙ୍କ ସହ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଏବେ ଫେରାର ଅଛନ୍ତି। ସିସିଟିଭି ଫୁଟେଜ୍କୁ ଆଧାର କରି ପୁଲିସ୍ ସେମାନଙ୍କୁ ଖୋଜୁଛି।
from Odisha Reporter http://bit.ly/2G85h6g
No comments:
Post a Comment