ଇରାନୀ କପ୍‌: ପ୍ରଥମ ଇନିଂସରେ ବିଦର୍ଭ ଆଗୁଆ, ଅକ୍ଷୟ କାରନେୱରଙ୍କ ଶତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ଇରାନୀ କପ୍‌: ପ୍ରଥମ ଇନିଂସରେ ବିଦର୍ଭ ଆଗୁଆ, ଅକ୍ଷୟ କାରନେୱରଙ୍କ ଶତକ

ନାଗପୁର: ଅବଶିଷ୍ଟ ଭାରତ ବିପକ୍ଷ ଇରାନୀ କପ୍‌ର ପ୍ରଥମ ଇନିଂସରେ ରଣଜୀ ଚାମ୍ପିୟନ ବିଦର୍ଭ ଆଗୁଆ ରହିଛି। ଅବଶିଷ୍ଟ ଭାରତ ପ୍ରଥମ ଇନିଂସରେ ୩୩୦ ରନ୍‌ କରିଥିବା ବେଳେ ବିଦର୍ଭ ଅକ୍ଷୟ କରନେୱରଙ୍କ ଶତକ ବଳରେ ୪୨୫ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ବିଦର୍ଭ ପ୍ରଥମ ଇନିଂସ୍‌ରେ ୯୫ ରନ୍‌ର ଅଗ୍ରଣୀ ହାସଲ କରିଛି।

ଏହାର ଜବାବରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଅବଶିଷ୍ଟ ଭାରତ ୨ ୱିକେଟ୍‌ ହରାଇ ୧୦୨ ରନ୍‌ କରିନେଇ ୭ ରନ୍‌ର ଅଗ୍ରଣୀ ପାଇଛି। ଷ୍ଟମ୍ପ ଅପସାରଣ ବେଳକୁ ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ହନୁମା ବିହାରୀ ୪୦ ଓ ଅଧିନାୟକ ଅଜିଙ୍କ୍ୟ ରାହଣେ ୨୫ ରନ୍‌ କରି ଅପରାଜିତ ରହିଛନ୍ତି।

ଦ୍ୱିତୀୟ ଦିନରେ ୬ ୱିକେଟ୍‌ ହରାଇ ୨୪୫ ରନ୍‌ କରିଥିବାର ବିଦର୍ଭ ତୃତୀୟ ଦିନ ଆରମ୍ଭରୁ ବେଶ ସତର୍କତାର ସହିତ ଇନିଂସ୍‌ ଆରମ୍ଭ କରିଥିଲା। ଗତକାଲିର ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ଅକ୍ଷୟ ୱାଡକର ଓ ଅକ୍ଷୟ କାରନେୱର ଦଳୀୟ ସ୍କୋରକୁ ୩୦୫ରେ ପହଞ୍ଚାଇଥିଲେ। ଏହି ସମୟରେ ୭୩ ରନ୍‌ରେ ବ୍ୟାଟିଂ କରୁଥିବା ଅକ୍ଷୟ ୱାଡକରଙ୍କୁ ରାହୁଲ ଚହର ଆଉଟ୍‌ କରି ଦଳକୁ ଦିବସର ପ୍ରଥମ ସଫଳତା ଦେଇଥିଲେ।

ତେବେ ଅକ୍ଷୟ କାରନୱେର ନିଜର ଶତକ ହାସଲ କରିବା ସହ ଅକ୍ଷୟ ୱାଖେରୁଙ୍କ ସହ ମିଶି ଦଳୀୟ ସ୍କୋରକୁ ୩୮୧ ରନ୍‌ରେ ପହଞ୍ଚାଇ ଥିଲେ। କାରନେୱର(୧୦୨)ଙ୍କୁ ରାହୁଲ ଚହର ନିଜର ଦ୍ୱିତୀୟ ଶିକାର କରିଥିଲେ। କାରନେୱର ୧୦୨ରେ ଆଉଟ୍‌ ହେବା ପରେ ବିଦର୍ଭ ୪୨୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ପ୍ରଥମ ଇନିଂସ୍‌ରେ ୯୫ ରନ୍‌ ପଛରେ ଥିବା ଅବଶିଷ୍ଟ ଭାରତ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୨୫ ଥିବା ବେଳେ ମାତ୍ର ୬ ରନ୍‌ କରିଥିବା ଅନମୋଲପ୍ରୀତ ସିଂହ ପ୍ରଥମେ ଆଉଟ୍‌ ହୋଇଥିଲେ।

ଏହାପରେ ପ୍ରଥମ ଇନିଂସରେ ୯୫ ରନ୍‌ କରିଥିବା ମୟଙ୍କ ଅଗ୍ରୱାଲ ମଧ୍ୟ ଦ୍ୱିତୀୟ ଇନିଂସ୍‌ରେ କେବଳ ୨୭ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ୪୬ ରନ୍‌ରେ ଦୁଇଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ଅବଶିଷ୍ଟ ଭାରତର ସ୍ଥିତି ରାହଣେ ଓ ହନୁମା ସମ୍ଭାଳିଥିଲେ। ଉଭୟ ବିଦର୍ଭ ବୋଲରଙ୍କ ମୁକାବିଲା କରିବା ସହ ତୃତୀୟ ଦିନର ଖେଳ ଶେଷ ପର୍ଯ୍ୟନ୍ତ ଦଳ ପାଇଁ ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ।

ବିଦର୍ଭ ପକ୍ଷରୁ ଅକ୍ଷୟ ୱାଖେରୁ ଓ ଆଦିତ୍ୟ ସରୱେତ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।



from Odisha Reporter http://bit.ly/2DIDOEG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages