୩ୟ ଓଡ଼ିଶା ଜଳ ସମ୍ମାନ ପାଇଁ ନାମାଙ୍କନ ପତ୍ର ଆହ୍ୱାନ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

୩ୟ ଓଡ଼ିଶା ଜଳ ସମ୍ମାନ ପାଇଁ ନାମାଙ୍କନ ପତ୍ର ଆହ୍ୱାନ 

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ଦୀର୍ଘ ୩ ଦଶନ୍ଧି ଧରି ରାଜ୍ୟରେ ଜଳ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା Water Initiatives, Odisha ବା WIO ଚଳିତ ବର୍ଷ ଜଳ ଓ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବାକୁ ଯାଉଛି। ୩ୟ ଥର ଲାଗି ଜଳ ସମ୍ମାନ ପ୍ରଦାନ ପାଇଁ ସଂସ୍ଥା ପକ୍ଷରୁ ନାମାଙ୍କନ ପତ୍ର ଆହ୍ୱାନ କରାଯାଇଛି। ଜଳସମ୍ପଦ, ନଦୀ ଓ ପାରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ ଓ ସଙ୍ଗଠନକୁ ଏହି ଅବସରରେ ସମ୍ମାନିତ କରାଯିବ। ସମ୍ପୃକ୍ତ ବ୍ୟକ୍ତି ବା ସଙ୍ଗଠନ ଉପରୋକ୍ତ କ୍ଷେତ୍ରରେ ସଂରକ୍ଷଣ, ସଚେତନତା, ଶିକ୍ଷା ଆଦି କାର୍ଯ୍ୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ତାଙ୍କୁ ସମ୍ମାନିତ କରାଯିବ।

ଏହି  ଅବସରରେ ସମ୍ମାନଜନକ ‘ଜଳଯୋଦ୍ଧା ସମ୍ମାନ’ ଓ ‘ଆଜିର ଭଗିରଥ ସମ୍ମା’ନ ପ୍ରଦାନ କରାଯିବ ବୋଲି ସଂସ୍ଥାର ସଂଯୋଜକ ତଥା ଓଡ଼ିଶାର ‘ଜଳ ପୁରୁଷ’ ଭାବେ ପରିଚିତ ରଞ୍ଜନ ପଣ୍ଡା କହିଛନ୍ତି।

ଜଳ ସମ୍ପଦ ଏବଂ ଜଳ-ଜଙ୍ଗଲ-ଜୈବ ବିବିଧତା ସମ୍ପର୍କିତ ସଚେତନତା ଦିଗରେ ଉଳ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଜଳଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯିବ। ସମ୍ପୃକ୍ତ ବ୍ୟକ୍ତି ନିଜ ବ୍ୟକ୍ତିଗତ କାର୍ଯ୍ୟ, ଲେଖା କିମ୍ବା ସଚେତନତା ଅଭିଯାନ ବଳରେ ସମାଜରେ କିଛି ଆଖିଦୃଶିଆ ପରିବର୍ତ୍ତନ ଆଣିଥିବା ଆବଶ୍ୟକ ଅଥବା ସରକାରୀ ନୀତିରେ ନିଜ କାର୍ଯ୍ୟ ଦ୍ୱାରା ସକାରାତ୍ମକ ଢଙ୍ଗରେ ପରିବର୍ତ୍ତନ ପାଇଁ ସହଭାଗୀ ହୋଇଥିବା ଆବଶ୍ୟକ।

ସେହିପରି ‘ଆଜିର ଭଗିରଥ’ ସମ୍ମାନ ପାଇଁ ଉପରୋକ୍ତ କ୍ଷେତ୍ରରେ କାର୍ଯ୍ୟ କରିଥିବା କୌଣସି ସ୍ଥାନୀୟ ଗୋଷ୍ଠୀ, ଗ୍ରାମ୍ୟ ସଙ୍ଗଠନ ବା ଅନ୍ୟାନ୍ୟ ସଂସ୍ଥା ଆବେଦନ କରିପାରିବେ। ସମ୍ପୃକ୍ତ ଗୋଷ୍ଠୀ/ସଂସ୍ଥା ଜଳ ସମ୍ପଦର ସୁରକ୍ଷା, ଜଙ୍ଗଲ ସୁରକ୍ଷା ତଥା ରକ୍ଷଣାବେକ୍ଷଣ କାର୍ଯ୍ୟ କରି ନିଜ ପାରିପାର୍ଶ୍ୱିକ ଅଞ୍ଚଳରେ ଜଳ ସମ୍ପଦର ରକ୍ଷଣ ତଥା ଜୀବନ ଜୀବିକାକୁ ସକାରାତ୍ମକ ଢଙ୍ଗରେ ପ୍ରଭାବିତ କରିଥିଲେ ପୁରସ୍କାର ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ।

ଇଚ୍ଛୁକ ବ୍ୟକ୍ତି ବା ଗୋଷ୍ଠୀ ନିଜର ଆବେଦନ ranjanpanda@gmail.comକୁ ଇ ମେଲ୍‌ କରିପାରନ୍ତି, ନଚେତ୍‌ ଫେସ୍‌ବୁକ୍‌ ପେଜ୍‌ Mahanadi River Waterkeeperରେ ମେସେଜ୍‌ରେ ଜଣାଇ ପାରିବେ। ୧୫ ମାର୍ଚ୍ଚ ୨୦୧୯ ସୁଦ୍ଧା ଇଚ୍ଛୁକ ବ୍ୟକ୍ତିବିଶେଷ ଓ ସଙ୍ଗଠନ ଆବେଦନ କରିପାରିବେ।

ମାର୍ଚ୍ଚ ୨୪ ତାରିଖରେ ବାରିପଦାଠାରେ ଅନୁଷ୍ଠିତ ହେବାକୁ ଥିବା ୩ୟ ଓଡିଶା ନଦୀ ସମ୍ମିଳନୀ ତଥା ଶିମିଳିପାଳ ନଦୀ ଉତ୍ସବ ଅବସରରେ ମନୋନୀତ ହୋଇଥିବା ବ୍ୟକ୍ତି ବିଶେଷ ତଥା ସଙ୍ଗଠନକୁ ସମ୍ମାନିତ କରାଯିବ। ବିଭିନ୍ନ ଗଣମାଧ୍ୟମ ସଂସ୍ଥାଗୁଡିକ ଏହାର ପ୍ରଚାର ପ୍ରସାର ବିପୁଳ ମାତ୍ରାରେ କରାଇବାକୁ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଉପରୋକ୍ତ ଉଭୟ ସମ୍ମାନ ପାଇଁ ଏ ବର୍ଷ ମହିଳାମାନଙ୍କୁ(ଜଳଯୋଦ୍ଧା) ତଥା ମହିଳାମାନଙ୍କ ଦ୍ୱାରା ପରିଚାଳିତ ସଙ୍ଗଠନକୁ (ଭଗିରଥ)ଅଗ୍ରାଧିକାର ଦିଆଯିବ।

ଅନ୍ୟାନ୍ୟ ପୁରସ୍କାର

୩ୟ ନଦୀ ସମ୍ମିଳନୀ ପାଇଁ ଅବଗଣନା ଆରମ୍ଭ ହୋଇ ଯାଇଥିବା ବେଳେ ବାରିପଦାରେ ବିଭିନ୍ନ ପ୍ରତିଯୋଗିତାମାନ ମଧ୍ୟ ଆୟୋଜନ କରାଯାଉଛି। ‘ସେଲ୍ଫି ଉଇଥ୍‌ ବୁଢ଼ାବଳଙ୍ଗ’ ପ୍ରତିଯୋଗିତା ଜରିଆରେ ଯୁବ ତଥା ଛାତ୍ରଗୋଷ୍ଠୀଙ୍କୁ ବୁଢ଼ାବଳଙ୍ଗ ନଦୀକୁ ଚିହ୍ନିବା ତଥା ଏହାର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି।୧୮ରୁ ୨୫ ବର୍ଷ ବୟସ ବର୍ଗର ଯୁବତୀଯୁବକ ଏଥିରେ ସାମିଲ ହୋଇପାରିବେ।

ବୁଢାବଳଙ୍ଗ ନଦୀ ତଥା ଶିମିଳିପାଳ ଜୈବ ମଣ୍ଡଳ ସୁରକ୍ଷା ନେଇ ସ୍କୁଲ ସ୍ଥରରେ ଚିତ୍ରାଙ୍କନ, ସାଧାରଣଜ୍ଞାନ ପ୍ରତିଯୋଗୀତାମାନ ଆୟୋଜନ କରାଯାଉଛି। ବାରିପଦାର ବିଭିନ୍ନ ସ୍କୁଲ, କଲେଜର ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିବେ। କୃତି ପ୍ରତିଯୋଗୀମାନଙ୍କୁ ୩ୟ ନଦୀ ସମ୍ମିଳନୀ ଉତ୍ସବର ଉଦ୍‌ଘାଟନୀ ସଭାରେ ପୁରସ୍କୃତ କରାଯିବ।

୩ୟ ନଦୀ ସମ୍ମିଳନୀରେ ଚଳିତ ବର୍ଷର ଥିମ୍‌ ରହିଛି, ‘Forest-River-Communities Nexus for Conservation of Rivers and Combating Climate Change’। ମାର୍ଚ୍ଚ ୨୪ ଓ ୨୫ ଦୁଇଦିନ ଧରି ଚାଲିବ ଏହି ସମ୍ମିଳନୀ। ବନ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଦସ୍ୟଙ୍କ ସହ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଏଥିରେ ସାମିଲ ହେବେ। କୃଷକ, ସ୍ଥାନୀୟ ଗ୍ରାମବାସୀ ତଥା ଏହି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶେଷଜ୍ଞମାନେ ଏଥିରେ ଯୋଗ ଦେବେ। ଜଳ, ଜଙ୍ଗଲ ଓ ପରିବେଶ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ। ପ୍ରାକୃତିକ ଜଳସ୍ରୋତର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦିଗରେ କିଭଳି ପଦକ୍ଷେପ ନିଆଯିବ ସେ ନେଇ ବିସ୍ତୃତ ଆଲୋଚନା କରି ଆଗାମୀ ରଣନୀତି ସ୍ଥିର ହେବ ବୋଲି ପଣ୍ଡା କହିଛନ୍ତି।



from Odisha Reporter http://bit.ly/2SBoXpN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages